OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଆକଣ୍ଠ ଉତ୍କଣ୍ଠା - ସଂଯୁକ୍ତା ରାଉତ

ଆକଣ୍ଠ ଉତ୍କଣ୍ଠା - ସଂଯୁକ୍ତା ରାଉତ



ଆଖି ଅଛି ତ 
ନିଦ ଅଛି
ନିଦ ଅଛି ତ
ଅଛି ତା' ସାଥେ
ପୁଣି ସ୍ଵପ୍ନ ୲୲

ମେଞ୍ଚା ମେଞ୍ଚା
ସ୍ଵପ୍ନ ସାଥେ
ବଞ୍ଚିବାକୁ
ଭଲ ପାଏ
ଏ ମଣିଷ ......୲୲

କିଛି ସ୍ଵପ୍ନ
ଜୀବନରେ ,
ନିଏ ବାସ୍ତବ ରୂପ,
ପୁଣି
କିଛି ରହିଯାଏ ଅଧା ୲୲

ସ୍ଵପ୍ନ ସବୁ
ସତ ହେବାରେ ,
ନିଷ୍ଠୁର ସମୟ କେବେ
ସାଥ୍ ବି ଦିଏନି ତ !!

କେବେ ପୁଣି
ଏହି ବୟସ
ହତାଦର କରେ ୲୲

କେବେ ପୁଣି
ବାଧକ ସାଜେ
ଆସନ୍ନ ପରିସ୍ଥିତି ୲୲

ତଥାପି
ସେଇ ନିଦ,
ସେଇ ସ୍ବପ୍ନ,
ଆଉ, ସେଇ ବୟସ
ଓ, ତା'ର ଆସନ୍ନ
ପରିସ୍ଥିତିକୁ ନେଇ
ବଂଚିଥାଏ ଏ ମଣିଷ .........
ବଞ୍ଚିବାର ଅଦମ୍ୟ ପ୍ରୟାସ ଓ
ଜୀଇଁବାର ଆକଣ୍ଠ ଉତ୍କଣ୍ଠା ନେଇ .......୲୲

Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର, କୋରାପୁଟ
Content Category:
Submission Date: May 06, 2019

0 Comments