ତୁ ସେହି ଉତ୍କଳ! !
ଯା' କୋଳେ ବଢ଼ିଛି, ଗଢ଼ିଛି ଯା' କୋଳେ ଘର।
ଉତ୍କଳ ଜନନୀ,
ଓଡ଼ିଆର ପ୍ରାଣ ତତେ କୋଟି ନମସ୍କାର !
ତୋହରି ଗରଭୁ ,
କେତେ ମହାବୀର ଜନମିଛି ଦେଶ ପାଇଁ।
ଜୀବନ ଦେଇଛି,
ଜୀବନ ଦେଇଛି,
ଜୀବନ ନେଇଛି ଆମ ମାଟି ମା ପାଇଁ।
ଓଡ଼ିଆ ଜାତିର
ଜୀବନ ମାଆ ତୁ, ତୁହି ଅଟୁ ପ୍ରାଣ ବିନ୍ଦୁ।
ତୋହରି ଚରଣ
ଯୁଗଳକୁ ଧୋଉଛି ସଦା ଏହି ମହାସିନ୍ଧୁ।
ପୂର୍ବରୁ ପଶ୍ଚିମ,
ଉତ୍ତରୁ ଦକ୍ଷୀଣ ସର୍ବତ୍ର ତୋ ଶୋଭା ଥାଏ।
ଧନୀ ହେଉ ଅବା
ହେଉ ସେ ଗରିବ ଓଡ଼ିଆ ମୋ ଜାତି କୁହେ।
ଆଜିର ଦିନଟି
ଉତ୍କଳ ଦିବସ ତୋର ନାମ ସୁମରିଣ
କରୁଛି ଶପଥ !
ଭଲ କାମ କରି ରଖିବି ମା' ତୋର ନାମ।
ଚିର ବନ୍ଦନୀୟ !
ଚିର ପୂଜନୀୟ ! ଚିର ଶୋଭନୀୟ ! ତୁହି।
ପ୍ରାତଃ-ଦିବା-ସନ୍ଧ୍ୟା
ନିଶି ସର୍ବତ୍ରରେ ନିର୍ମଳ ତୁ ମହାମାୟୀ।
ତୋ ଗାନ ବନ୍ଦନା,
ତୋ ପାଦ ପୂଜନ ସଦା କରେ ମୋର ମନ।
ହେ ମାତା ଉତ୍କଳ !
ଓଡ଼ିଆର ପ୍ରାଣ, ଧନ୍ୟ ! ମାତା ତୁହି ଧନ୍ୟ।