OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

କାଳିଆ ଠାକୁର - ଟୁକୁନା ସାହୁ

କାଳିଆ ଠାକୁର - ଟୁକୁନା ସାହୁ



କଳା କଳେବର କାଳିଆ ଠାକୁର
କମଳା କାନ୍ତ ହେ ଶୁଣ
କପାଳରେ ହାତ ଦୁଃଖ ଜର୍ଜରିତ
କଷ୍ଟ ମୟ ମୋ ଜୀବନ ।
କଳ୍ପତରୁ ଆହେ କୃପାରୁ ତୁମର
କରୁଚ କାହିଁକି ଉଣା
କର୍ମ କପାଳେ ମୋ କଷଣ ଲେଖିଛ
କିପାଇଁ କରି ଛଳନା ।
କହି ନାହିଁ ଦୁଃଖ କାହା କୁ ମୋହର
କରିନି କା ପାଖେ ଅଳି
କାହିଁକି ଜୀବନ କଷ୍ଟମୟ ହୁଏ
କାରଣ ପାରୁନି ଜାଣି ।
କାହାକୁ କହିବି କିଏ ବା ବୁଝିବ
କର୍ମକୁ ବିନ୍ଧୁଚି ମୁହିଁ
କଳା ଠାକୁର ହେ ଦେଖା ଦିଅ ତବ
କଷଣକୁ ହରିନେଇ ।

ଟୁକୁନା ସାହୁ
ସାନ୍ତରା ପଲ୍ଲୀ
ଗଞ୍ଜାମ 

0 Comments