OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ସ୍ମୃତିରେ ମୋ ପ୍ରେମ - ସଦାନନ୍ଦ ସାହୁ

ସ୍ମୃତିରେ ମୋ ପ୍ରେମ - ସଦାନନ୍ଦ ସାହୁ

ପ୍ରେମଭାବ ମୋର ରହିଛି ଅତୁଟ
     ଭାସିଉଠେ    ସ୍ଵପ୍ନରାଜି   ,
ଆଜିବି ସପନେ ଖୋଜେ ମନେମନେ 
       ପ୍ରିୟାକୁମୋ'   ଆଖିବୁଜି  ! ! 

ପ୍ରେମର ବାରିଧି ମୋ'ସାଥୀ  ଇତିଶ୍ରୀ 
       ବାଲ୍ୟ କୈଶୋର'ର ସ୍ମୃ୍ତି , 
ଆଜିବି ଝୁରୁଛି  ମୁଁ'ଯେ   ଦିବାନିଶି 
     ଉଜାଗରେ ବିତେ  ରାତି ! ! 

ମନର ମାନିନୀ   ଇତିଶ୍ରୀ ମାନବୀ 
      ପ୍ରେମ ସରାଗିନି ରାଣୀ  , 
ବାଲ୍ୟ କୁହୁକିନୀ ମୋ' ସହପାଠିନୀ
      ମନ ନେଇଥିଲା  କିଣି   ! ! 

ପ୍ରେମ ଅୟାରମ୍ଭ  ବୀରହରେ  ଶେଷ 
       ସେଥିପାଇଁ  ଅବଶୋଷ , 
କାହିଁକି କେଜାଣି   ଆଜିବି ଝୁରୁଛି 
     ବଢେ ମାନସିକ  କ୍ଳେଶ    ! ! 

ସ୍ମୃତିର ସପନ     ଦିଗହରା ମୋର 
        ନାହିଁକିଛି      ସମ୍ଭାବନା , 
ମୋ' ପ୍ରିୟା ଇତିଶ୍ରୀ   ସପନ ସାଜିଛି 
      ସେଥିପାଇଁ      ଆନମନା  ! ! 

ବାଲ୍ୟ କୈଶୋରରୁ ଯୁବାବସ୍ଥା  ଯାଏ 
       ଅଲିଅଳି   ଥିଲା  ମଣି  , 
ସମାଜ ବିଦ୍ଵେଷ  ଲିଭାଇଲା ହସ 
     ସାଜିଲା  ସେ'ବିରହିଣୀ  ! ! 

ପ୍ରଥା ପରମ୍ପରା ନୁହଁଇ   ଅନ୍ୟଥା 
       ସମାଜିକ    କଟକଣା , 
ଉଚ୍ଚ ନୀଚ ଜାତି   ପକାଇଲା ତାଟି 
      ପ୍ରେମହେଲା    ବାଟବଣା  ! ! 

  ପ୍ରେମୀକ ପ୍ରବର   ଭବାନୀ ଶଙ୍କର 
         କେମିତି ଭୁଲିବ  କୁହ , 
ମଥାରେ  ତୁମର   ଆଉକା  ସିନ୍ଦୁର 
      ହୃଦୟେ  ଭରିଛି କୋହ  ! ! 

ସ୍ମୃ୍ତି ଦୃଶ୍ୟପଟେ    ତୁମ ଛବି ନାଚେ 
       ସତ ମୁଁ'  କହୁଛି  ଅଲି  ,
କେଡ଼େ ସରାଗରେ ଆସ ମୋର ପାଶେ 
       ସ୍ନୋଅଁ ପାଉଡର   ବୋଳି  ! ! 

 ମୁଁ'ତୁମ ପ୍ରେମର    ଅଲିଭା  ପ୍ରଦୀପ 
      ଲିଭିବନି ମୋର  ଜ୍ୟୋତି , 
ପ୍ରିତୀ ଫଗୁଣରେ  ରଙ୍ଗର  ପରବେ 
     ଦେଖୁଛି    ତୁମକୁ   ଇତି   ! !

ସମୟ ଚକ୍ରରେ  ଦୁହେଁ  ହଜିଗଲେ 
       ପ୍ରେମ ହେଲା ଅଭିଶପ୍ତ , 
ସଂସାର ଜଞ୍ଜାଳେ ଭୁଲିଗଲ ମୋତେ   
     ପ୍ରେମ ମରୁବାଲି   ସୁପ୍ତ  ! ! 

ହେ'ପ୍ରିୟା ଇତିଶ୍ରୀ  ଡାକିବକି ଆସି 
   ସପି ବୋଲି   ଶରଧାରେ , 
ମୁଁ'ଯେ ତୁମ ଶ୍ୟାମ ପ୍ରସାଦ ରସିକ 
     ଆଜିବି  ତୁମକୁ ଝୁରେ  ! ! 

ତୁମ ଘରବାଟେ   ଯେଉଁଦିନ  ଯା'ଏ 
     ସ୍ମୃ୍ତିକୁ  ସାଉଁଟେ ମନେ  , 
ଆଖିର ପଲକ    ପଡେନି ମୋହର 
   ଚାତକ ପରି   ମୁଁ'ଚାହେଁ  ! ! 

ହେ'ପ୍ରିୟା ଇତିଶ୍ରୀ  ଲେଖୁଛି ଏତିକି 
      ପ୍ରେମ କାହାଣୀର ସ୍ମୃ୍ତି , 
ଶାଶ୍ଵତ ପ୍ରେମରେ ଆମପ୍ରେମ ଭାସେ 
     ଆମେ ଦୁହେଁ ପ୍ରେମ ପକ୍ଷି   ! ! 

ଅପୂର୍ବ ମିଳନ    ହୋଇନି  ସମ୍ଭବ 
      ତଥାପି   ମୁଁ' ଅଛି ପ୍ରୀତ  , 
ଆର ଜନମରେ ବସିବ ବେଦୀରେ 
      ଦେବି ମୁଁ'  ସିନ୍ଦୁର ମିତ  ! ! 
- - - - - - - - - - - - - - - - - - - - -
ସଦାନନ୍ଦ ସାହୁ , କାରା କର୍ମଚାରୀ , 
କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର  ! ! 
- - - - - - - - - - - - - - - - - - - -- - 

0 Comments