ନଣ୍ଡା ପାହାଡ଼ର ଦୁଃଖ - ନାରାୟଣ ଚନ୍ଦ୍ର ସେନାପତି

ନଣ୍ଡା ପାହାଡ଼ର ଦୁଃଖ - ନାରାୟଣ ଚନ୍ଦ୍ର ସେନାପତି

ନଣ୍ଡା ପାହାଡ଼ଟା ବେଲାଲସନ ହୋଇ
ଦେଖୁଛି ପ୍ରକୃତି ଖେଳ
କେବେ ଦେଖୁଛି ସେ ଶୁନ୍ ସାନ ପୃଥିବୀ
କେବେ ବା କା ତକରାଳ।

ବାଳ ସୁରୁଜକୁ ନିଦରୁ ଉଠାଇ
ପ୍ରାତେ ଭେଜେ ଏ ପୃଥିବୀକୁ
କାନେ କହିଦିଏ ଦେବୁ ରେ କିରଣ
ସୃଷ୍ଟିକୁ ବଞ୍ଚାଇବାକୁ।

ଥକିଲା ରବିକୁ ଦେଖି କାନ୍ଦିଦିଏ
ଡାକେ ରେ ଆ ବାଇଆ
ଲାଲ ପଡିଲାଣି କାନ ମୁଣ୍ଡ ତୋର
ମୋ କୋଳରେ ଟିକେ ଶୋଇଯା'।

ଉଦୟ ଅସ୍ତରେ ତା ସୁନାର ମୁହଁ
ଦେଖି ସୁନ୍ଦର ଆନନ୍ଦେ
ଆଉଁସୀ ଦିଏ ତା ଶୁଖିଲା ଦେହରେ
ଶୁଆଏ ରାତିରେ ନିଦେ।

ବରଷା ଦିନରେ ତା କୋଳକୁ ଯେବେ
ଆସନ୍ତି ପାଦପ ଲତା
ବଡ଼ ପରିବାରେ ଗର୍ବେ ଫୁଲିଯାଏ
ଉଠାଇ ତା ନିଜ ମଥା।

ଦାରୁଣ ନିଦାଘେ କେତେ କଷ୍ଟ ସହି
ବିଶ୍ୱର ମଙ୍ଗଳ ପାଇଁ
ଗୃହ ସଦସ୍ୟଙ୍କୁ ନିର୍ବାସନ ଦିଏ
ପର ସୁଖ ଶାନ୍ତି ପାଇଁ।

ପୁରୁଣା ଦିନରେ ଯୋଦ୍ଧାକୁ ଲୁଚାଇ
କରୁଥିଲା କେତେ ଯୁଦ୍ଧ
ଶତ୍ରୁ ସୈନ୍ୟ ମାନେ ହାରି ମରୁଥିଲେ
ନିଜକୁ କରି ନିର୍ବୋଧ।

ଜଳକଣା ପୂର୍ଣ୍ଣ ବାୟୁ ଯେବେ ଆସେ
ଦେଖାଏ ସେ ଆତିଥ୍ୟତା
ବରଷା ଆଶିଷ ପାଉଥାଏ କେତେ
ଜଳେ ଭିଜାଇ ତା ମଥା।

ଉନ୍ମାଦ ତୋଫାନ ଆସୁଥାଏ ଯେବେ
ଘରଦ୍ୱାର ଭାଙ୍ଗିବାକୁ
ପ୍ରତ୍ୟକ୍ଷ ଯୁଦ୍ଧରେ ଘଉଡାଇଦିଏ
ସଜୀବଙ୍କୁ ତାରିବାକୁ।

ତା ଖଣ୍ଡ ପଥର ଭାବୁଥିଲା ନର
ସତେ ବା ପ୍ରିୟ ଠାକୁର
ପୁଜୁଥିଲା ଘରେ ଅବା ମନ୍ଦିରରେ
ଲେପି ମଥାରେ ସିନ୍ଦୁର।

ଆଧୁନିକ ଯୁଗେ ବିଜ୍ଞାନ ଯୁଗରେ
ମାନବ ହୋଇ ଅଜ୍ଞାନ
ଡ଼ିନାମାଇଟ୍ ମାରି ଫଟାଉଛି ତାକୁ
କରି  ରାସ୍ତା(ଗୃହ)ନିର୍ମାଣ।

ନଣ୍ଡା ପାହାଡ଼ଟି କାନ୍ଦୁଛି ଧକେଇ
(କହେ)ମୃତ୍ୟୁ ପାଇଁ ଡରେ ନା ମୁଁ
ମୋ ଆଶ୍ରିତ ମାନେ କେମିତି ବଞ୍ଚିବେ
ଦୃଷ୍ଟିପାତ କର ଛାମୁଁ।

⛳ *ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର*⛳

0 Comments