ମଲାଜହ୍ନ - ଆଲୋକ କୁମାର ପଣ୍ଡିତ

ମଲାଜହ୍ନ - ଆଲୋକ କୁମାର ପଣ୍ଡିତ

ମୁସ୍କିଲ ହେଇଗଲା ଜୀବନ ଜୀଇଁବା 
କରିଦେଲ ମୋତେ ଏକା
ନୀଳ କଇଁ ହୋଇ କାହାଣୀରେ ମୋର
ସାଜିଥିଲ ଗୋ ନାୟିକା ll
ମଲା ଜହ୍ନ ହୋଇ ମରିଗଲି ଆଜି
ଝୁରି ଝୁରି ତୁମ ପାଇଁକା
ପଶ୍ଚିମ ତୀରରେ ମଲାଜହ୍ନ ହୋଇ
ହସି ଉଠେ କଇଁ ପାଇଁକା ll
ଚାହୁଁଚାହୁଁ ଦେଖ ବରଷେହେଲା ଯୁଗଟେ ପାଇଲା
ତଥାପି କରିଛି ଅପେକ୍ଷା କଥା ଦେଇଥିଲ କରିବନି ପର
କରିଦେଲ ସାତ ପର
କହିବି କାହାକୁ ଯାତନା ତୁମରି
ଦେଇଗଲ ପ୍ରେମ ଦଣ୍ଡ ll
ଦଣ୍ଡଦେଇ ଦାଣ୍ଡରେ କରିଦେଲ ବେଘର
ତଥାପି ହୋଇଛି ଠିଆ
ମୋ ହୃଦୟଘର ଲୁହାରେ ତିଆରି
ଭାଙ୍ଗି ପାରିବନି ତୁମ ଯାତନା ll
ଲୁହାସିନା ତରଳେ ନିଆଁର ଭୟରେ
ତୁମେନିଆଁ ହେଇଯାଅ ମୋ ହୃଦୟ ତରଳିଯିବ
କରିଛି ଅପେକ୍ଷା ତରଳା ଲୁହାରେ
ପାଣି ଟିକେ ଦେବ ଢାଳି
ପାଣି ଦେଇ ପୁର୍ଣ୍ୟ ଆଉଁସି ନେବଟି
କରିଥିଲ ଯତେ ପବିତ୍ର ପାପଟି ll
ପ୍ରେମ ଟିଏ ଏଠି ପବିତ୍ର ପାପ ଯେ
ନାହିଁ ତାର ମାପ ଚୁପ
ପ୍ରେମୀ ଟିଏ ହୋଇ ପିନ୍ଧିଦିଅ ଥରେ
ଆଖିରେ ତୁମ କଳା ଚଷମା
ଦେଖିବ ମୋ ସ୍ୱଚ୍ଛ ପବିତ୍ରପାପ ଭଲପାଇବା II
ପାଉଥିଲି,ପାଉଛି,ପାଉଥିବି ଭଲ
ଦେଖିବ ଏଇତ ଦୁନିଆ
ଦୁନିଆ ପାଇଁ କି ପରିଚୟ ମୋର
ପାଗଳ ଟିଏ ମୁଁ ତୁମ ପ୍ରେମର
ମୋନ କଥା ଆଜି ମରମେ ଭେଦଇ
ରୋକିମୁଁ ପାରୁନି ପଦ
ମୋନ କଥା ମୋର କଲମ କହୁଛି
କବିତା ରୂପରେ ସିଏ........... (2)


ଆଲୋକ କୁମାର ପଣ୍ଡିତ
ଗ୍ରା /ପୋ -ଘୋଷର, ବ୍ଲକ -କିଶୋରନଗର, ଜିଲା -ଅନୁଗୋଳ
ପିନ -759126
ମୋ -9668721519, 9337630512

0 Comments