ତୃଷ୍ଣାୟିତ ନିଶି ନାଶେ,
ନିଦାଘ ର ଝାଞ୍ଜି ଆସେ,
ବ୍ୟଥିତା କାଞ୍ଚଲା ମୁକ୍ତ ଚଞ୍ଚଳା....
ସ୍ବେଦ ନିର୍ଗମନେ କ୍ଲାନ୍ତା,
ନୀରବ ନିଶିଥେ ଶାନ୍ତା,
ଉଷା ଆଗମନେ ମୁକ୍ତ ମେଖଳା... ।
ନିଦାଘ ରେ ପ୍ରିୟତମ,
ନିଦାରୁଣ ସେ ଭରମ,
ତନ୍ବୀ ତନୁ ନିପୀଡନ ସହିଲା..
ମଲ୍ଲିକା ସୁବାସେ ସିକ୍ତା,
ଅଂଗେ ଅଂଗେ ଅଭିଷିକ୍ତା,
ମୃଗତୃଷ୍ନା ସମ ଭ୍ରମ ହୋଇଲା... ।
ସରସୀ କମଳ କୁଂଜେ,
ଭ୍ରମିତେ ଭ୍ରମର ଗୁଂଜେ,
ପ୍ରଦୋଷେ ବନ୍ଧନେ ବନ୍ଧା ହୋଇଲା...
ନିଦାଘେ ନିର୍ମମ ତବ,
ଦରଶନେ ଭେଦଭାବ,
ବିଳାସିନୀ ହୃଦେ ତାପ ଦହିଲା...।
🌹🌹🌹🌹🌹
ମୀନାକ୍ଷି ପାଢୀ
ଶିକ୍ଷୟିତ୍ରୀ
ଚିକିଟୀ ପେଣ୍ଠ
ଗଞ୍ଜାମ