ଅବୁଝା ମନର ସଂଳାପ - ତପନ ଦୀକ୍ଷିତ (ବେଳାଭୂମି)

0


ତୁମେ ଦିଗନ୍ତ ଆକାଶ ମୁକ୍ତ ବିହଙ୍ଗ 
ମୁଁ ଯେ ଅତୃପ୍ତ ସଂସାର ବନ୍ଦୀ
ହସି ବି ପାରେନି ଭରା ବସନ୍ତରେ
ପାରେନିବି ଟିକେ କାନ୍ଦି,
ତୁମେ ସାତ ସୁରେ ବନ୍ଧା ମଧୁର ମୂର୍ଚ୍ଛନା
ଗୋପାଳର ବଂଶୀ ସ୍ଵନ
ବିରହ ରୁଗ୍ଣ ମଣିଷ ଟିଏ ମୁଁ
ନିଃସଙ୍ଗତା ଯାର ସ୍ୱପ୍ନ ,
ଅବୁଝା ମନର ସଂଳାପ ମୁଁ ଏକ
ତୁମେ ଯେ ପ୍ରଣୟ ଗଳ୍ପ
କିଛି କହିହୁଏ କିଛି ରହିଯାଏ
କିଛି ଲେଖିହୁଏ ଅଳ୍ପ,
ସୀମିତ ସ୍ୱପନେ ସ୍ଵଳ୍ପ ଆକାଙ୍କ୍ଷା
ଗୋପନ ସ୍ମୃତିକୁ ନେଇ
ଆଜି ବି ରାତିରେ ଶିହରି ଉଠେ ମୁଁ
ଥର ଥର ତୁମ ପାଇଁ।।  

Writer's Details: ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Content Category:
Submission Date: Apr 17, 2019

Post a Comment

0Comments
Post a Comment (0)