ମୁଖା - ସୁଧାକର ସେଠୀ

0


ଚେହେରା ପଛରେ ଚେହେରା
ଲାଗୁଛି ଭାରି ଅଡୁଆ
କୋଉଟା ସତ କିଏ ପୁଣି ମିଛ
ବଡ ଅଜବ ଏ ଦୁନିଆ

ବାଘଛାଲ ପିନ୍ଧି ଏଠି ନାଚେ ଶିଆଳ
ବନେ କେବେ ନୀଳବର୍ଣ୍ଣ
ହୁକେ ହୋ ଡାକ ଶୁଣିଦେଲେ ଥରେ
ବଦଳି ଯାଏ ତା ଢଙ୍ଗ

ପାଟି ଖନିମାରେ ମୁହଁ ଲୂଚିଯାଏ
ସତ୍ୟ ସହ ହେଲେ ଭେଟ
ଖସିପଡେ ମୁଖା ହୁଏ ଆତଙ୍କିତ
ଦିଶିଯାଏ କଳଙ୍କିତ ରୂପ

ଅଶକତ ବଦନ  ଅସଜଡା ବେଶ
ଖୋଜି ବୁଲେ ପରିଚୟ
ସମ୍ପର୍କର ଢୋରୀ ଅସ୍ପଷ୍ଟଦିଶଇ
ନଥଏ ମାଟି ପାଦତଳର
            😭
ଜମ୍ବେଶ୍ବରପୁର,ବାଲେଶ୍ବର
Sent from my Samsung Galaxy smartphone.

Post a Comment

0Comments
Post a Comment (0)