• ଏଇ ଆକାଶ , ଏଇ ପବନ , ଏଇ ଭାରତ ମାଟିରେ ଜନମ
• ଏଇ ମାଆ , ଏଇ ସାହା , ଏଇ ମୋ କପୋଳେ ଚନ୍ଦନ ।।
•
• ଅଣିମାଦି ଅଷ୍ଟ ରତ୍ନ ମଣି ଖଣି
• ସାଇତି ଗରଭେ ତାର
• ରୁଦ୍ଧିମନ୍ତ , ପୂତ ଭାରତବର୍ଷ
• ଶ୍ୟାମଳାଙ୍ଗୀ ମାଆ ମୋର
• ଘନବନ,ଗିରି,ନଦନଦୀ,ଦରି, ଦିଶେ ଶୋଭନ
• ଏଇ ଆକାଶ, ଏଇ ପବନ, ଏଇ ଭାରତ...।।
•
• ମହାବୀର ଜୈନ ଚୈତନ୍ୟ ବୁଦ୍ଧ
• ମହାଯୋଗି ମହାଜ୍ଞାନି
• ଏମାଟି ମାଆର କୋଳେ ଅବତରି
• କରିଛନ୍ତି ଗରବିଣୀ
• ସଚରାଚର ରେ ବିରାଜିତ ମାତ, ଲକ୍ଷ୍ମୀ ସମାନ
• ଏଇ ଆକାଶ, ଏଇ ପବନ, ଏଇ ଭାରତ…।।
•
• ମୁନି ବାଲମିକ , କବି କାଳିଦାସ
• ବେଦବ୍ୟାସ ମହାଜ୍ଞାନି
• କଳାକାର ,କବି,କଥାକାର ଯହିଁ
• ଏ ମା' କୋଳରେ ଜନ୍ମି
• ବିଶ୍ଵେ ମହିୟସୀ ମହିଁମା ଗରିମା ଗାଏ ପବନ
• ଏଇ ଆକାଶ, ଏଇ ପବନ, ଏଇ ଭାରତ…।।
•
• ଗଉରବ ଗାଥା ଇତିହାସ ୟାର
• ସ୍ଵର୍ଣ୍ଣାକ୍ଷରେ ଲିପିବଦ୍ଧ
• କନିଷ୍କ, ଶିବାଜୀ,ଐର ଖାରବେଳ ,
• ମହାଭାରତର ଯୁଦ୍ଧ
• ଏଇ ମୋ ଭାରତ ବିଶ୍ଵ ବନ୍ଦିତ, କରେ ପ୍ରଣାମ
• ଏଇ ଆକାଶ, ଏଇ ପବନ, ଏଇ ଭାରତ…।।
•
• ଋଷି,ମୁନି,ଜ୍ଞାନି,ବିଜ୍ଞାନି,ମଣ୍ଡନୀ
• ବୈଭବ ଶାଳିନୀ ଦେବୀ
• ଭୂଧର କମଳେ କେଶର ସଦୃଶ
• ବିରାଜିତ ତା'ର ଛବି
• ପ୍ରଫୁଲ୍ଲ-ଫୁଲରେ ଗଙ୍ଗୋତ୍ରୀ ଜଳରେ କରେ ବନ୍ଦନ
• ଏଇ ଆକାଶ , ଏଇ ପବନ , ଏଇ ଭାରତ…।।