OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ହେ ସ୍ୱାସ୍ଥ୍ୟ ଦିବସ - ନାରାୟଣ ଚନ୍ଦ୍ର ସେନାପତି

ହେ ସ୍ୱାସ୍ଥ୍ୟ ଦିବସ - ନାରାୟଣ ଚନ୍ଦ୍ର ସେନାପତି

ହେ ସ୍ୱାସ୍ଥ୍ୟଦିବସ
କାହିଁ ଆସ ତୁମେ ଏ ଅସୁସ୍ଥ ପୃଥିବୀକୁ
ପାଳିବାକୁ ଶରଧାରେ
ତୁମ ସ୍ୱନକ୍ଷତ୍ର ଦିବସ।
ତୁମେ କ'ଣ ଜାଣିନ
ଧୂଳି,ଧୂଆଁ,ଜୀବାଣୁ,ବିଦ୍ଯୁତ୍ ତରଙ୍ଗରେ 
ରୋଗାକ୍ରାନ୍ତ ଏ ସମୀର
ମଳ,ଶବ,ମଇଳାରେ ଅକର୍ମଣ୍ୟ ଏ ଜଳ
ସାର,ବିଷ,ଆବର୍ଜନାରେ ଅମ୍ଳଯୁକ୍ତ ଏ ଭୂମି
 ଅମ୍ଳଜାନ ଶୁଷ୍କ  ଅଙ୍ଗାରକାମ୍ଳ ରୁଦ୍ଧ ଏ ବାୟୁମଣ୍ଡଳ
ଫେରିଯାଅ 
ନଚେତ୍ ଅସୁସ୍ଥ ହୋଇ
କୋମାରେ ଚିକିତ୍ସିତ ହେବ ଏ ପୃଥିବୀରେ।
ତୁମେ ଟିକେ ନିବେଦନ କର ତପନକୁ
କରନ୍ତୁ ବାରଣ ସେ ଅତି ବାଇଗଣି ରଶ୍ମିକୁ
ଦିଅନ୍ତୁ ଦରଖାସ୍ତ ବରୁଣ,ପବନ ଓ ବସୁଧାକୁ
ନିର୍ମଳ ରଚିବେ ଆବାହନୀ ଆସ୍ଥାନକୁ।
ଆଜି ବିଜ୍ଞାନ ଥାଇବି ମାନବ ଅଜ୍ଞାନ
ଲୋଭେ ଗ୍ରାସେ କିବା ଅଭାବେ ହୁଏ ବଞ୍ଚିତ
ନିୟନ୍ତ୍ରଣ କରି ମେଦବହୁଳ ଓ ଅପପୁଷ୍ଟିକୁ
ଭୁଲିଯାଏ ସେ ସୁଷମ ଖାଦ୍ୟ
ନିୟମିତତା ଓ ଖାଦ୍ୟଗ୍ରହଣ
ଅର୍ଥର ଗୋଲାମ ସାଜି
ହାତଠାରି ଡାକେ
କର୍କଟ ରକ୍ତଚାପ କି ହୃଦରୋଗକୁ ।
ହେ ମହାନୁଭବ
ସଚେତନ କରାଅ ଅଧମକୁ
ଦିଅ ଶିକ୍ଷା 
ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ
ଦିଅ ଦୀକ୍ଷା
ଆଦର୍ଶ ଦିନଚର୍ଯ୍ୟା ସରଳ ଜୀବନ
ଶରୀର ମନ ଆତ୍ମାକୁ  ସୁସ୍ଥ କରି
ଆରୋହଣ କର ଏ ଧରାଧାମକୁ
ଆବାହନ କର ସୁସ୍ଥସମାଜକୁ
ପାଳନ କର ବିଶ୍ୱ ସ୍ୱାସ୍ଥ୍ୟସମାଜ।
 
ନାରାୟଣ ଚନ୍ଦ୍ର ସେନାପତି
ସମ୍ପାଦକ, ସୁନ୍ଦର ମୋ ଭାଷା ସାହିତ୍ୟ

0 Comments