
ମୁଁ ଏବେ କବିତା କୁ ଭଲ ପାଉଛି
ଯେଉଁ ଝିଅ କୁ ମୁ ସ୍ୱପନେ ଦେଖୁଚି
ତା ନାଁ କବିତା ଦେଇଛି. ||
ହୃଦୟକୁ ମୋର ଖୀନ ଭିନ କରି
ଯିଏ ଆଉ କା ହାତ ଧରିଛି
ସେଇ ଝିଅକୁ ଭୁଲି ଯିବା ପାଇଁ
ନିତି କବିତା ଟେ ଲେଖୁଛି ||
କେଡେ ସେ ମନୋଇ ,କେଡେ ସେ ଫୁଲେଇ
ଦେଖି ସେ ଅଦେଖା କରୁଛି
ତଥାପି ପ୍ରିୟାକୁ ମନ ଦେଇ ମୋର
ମୁଁ ପରା ଭଲ ପାଇଛି ||
କବିତା ଲେଖୁଛି କବିତା ଗାଉଛି
ନିତି ତାକୁ ମୋ ନିଦରେ ଦେଖୁଚି
ସ୍ବପ୍ନରେ ତାକୁ ମୁ ନିଈତି କହୁଛି
ଆଜି ବି ତୋ ପାଇଁ ଝୁରିମରୁଚି ||
ମୁଁ ଏବେ ନିରବ ଟେ ହେଇ ଯାଇଛି
ଯେଉଁ ଦିନୁ ତୁମେ ଛାଡି ଚାଲି ଗଲ
ମୁଁ ନିତି କବିତାରେ ବୁଡୁଛି ||
ମୁଁ ସାଥି ଟିଏ ବାଛି ନେଇଛି
ମୋ ସ୍ବପ୍ନ କାନନେ ,ମୋ ହୃଦ ଭାବନେ
ତା ନାଁ ଆଃ କବିତା ଦେଇଛି ||
ରମାକାନ୍ତ ବେହେରା, ନରସିଂହପୁର , କଟକ