ଜୀଇଁବା ଠାରୁ କୋକେଇ ଯାଏଁ
ଗୋଟାଏ ଲମ୍ବା ମାରାଥନ
ଅନେକଙ୍କୁ ସାଥିରେ ନେଇ
ଲକ୍ଷ୍ୟକୁ ଛୁଇଁବାର
ଶେଷଗାରକୁ ଟପିଯିବାର
ଅଦମ୍ୟ ଇଛା
ଥକି ଯାଉଥିବା ପାଦକୁ ଆଗକୁ ପକାଇଦେବା
ଥକି ଯାଉଥିବା ନିଶ୍ୱାସକୁ ବିଶ୍ୱାସ ଦେବା
ଥକି ଯାଉଥିବା . ମନକୁ ମନେଇ ନେବା
ଆଉ କେତେ ବାଟ କି ?
ଚାଲ ଆଗକୁ ଚାଲ
ଦିଗବଲୟର ଠିକ ତଳକୁ
ନାଲିଫିତା ଯାଏଁ
ବସିବାକୁ ହେବନି
ଧାଇଁବାକୁ ହେବ
କେବେ ଛୋଟ ପଛରେ
କେବେ ବଡ଼ ପଛରେ
କେବେ ଧନ ପଛରେ
କେଵେ. ମାନ ପଛରେ
କେବେ ଆଶା ପଛରେ
କେବେ ନିଶା ପଛରେ
କେଵେ ପେସା ପଛରେ
କେବେ ପ୍ରବୃତି ପଛରେ
କେବେ ବ୍ରହ୍ମଚର୍ଯ୍ୟ ପଛରେ
କେବେ ଗ୍ରାହ୍ୟସ୍ତ ପଛରେ
ନଇଁ ଯିବ ସଞ୍ଜ କେବେ
ଅହଙ୍କାରୀ ଅଂଶୁମାନ ଲୁଚେଇ ମରିବ
ନିଜକୁ ଅସ୍ତାଚଳରେ
କୁରୁକୁରୁ ହୋଇ ହସିବ କୁମୁଦିନୀ
ତୁମର ଏ ଅବସତାକୁ ନେଇ
ଏ ଶୀଥିଳତାକୁ ନେଇ
ଦୃଷ୍ଟି ପ୍ରସାରି
କୋଶ ମାପୁ ମାପୁ
ରେଫରି ସୁସୁରି ଶବ୍ଦରେ
ଇତିଶ୍ରୀ ହେବ ମାରଥନ
ପୁଣି ପ୍ରସ୍ତୁତି ପର୍ବରେ
ଆଉ ଏକ ମାରାଥନ ପାଇଁ
ଏଇ ତ ଜୀବନ
ଅଧ୍ୟାପିକା ସସ୍ମିତା ମିଶ୍ର
ମହାନଦୀବିହାର ମହିଳା ମହାବିଦ୍ୟାଲୟ
ଦୂରଭାଷ 9078579612
ଗୋଟାଏ ଲମ୍ବା ମାରାଥନ
ଅନେକଙ୍କୁ ସାଥିରେ ନେଇ
ଲକ୍ଷ୍ୟକୁ ଛୁଇଁବାର
ଶେଷଗାରକୁ ଟପିଯିବାର
ଅଦମ୍ୟ ଇଛା
ଥକି ଯାଉଥିବା ପାଦକୁ ଆଗକୁ ପକାଇଦେବା
ଥକି ଯାଉଥିବା ନିଶ୍ୱାସକୁ ବିଶ୍ୱାସ ଦେବା
ଥକି ଯାଉଥିବା . ମନକୁ ମନେଇ ନେବା
ଆଉ କେତେ ବାଟ କି ?
ଚାଲ ଆଗକୁ ଚାଲ
ଦିଗବଲୟର ଠିକ ତଳକୁ
ନାଲିଫିତା ଯାଏଁ
ବସିବାକୁ ହେବନି
ଧାଇଁବାକୁ ହେବ
କେବେ ଛୋଟ ପଛରେ
କେବେ ବଡ଼ ପଛରେ
କେବେ ଧନ ପଛରେ
କେଵେ. ମାନ ପଛରେ
କେବେ ଆଶା ପଛରେ
କେବେ ନିଶା ପଛରେ
କେଵେ ପେସା ପଛରେ
କେବେ ପ୍ରବୃତି ପଛରେ
କେବେ ବ୍ରହ୍ମଚର୍ଯ୍ୟ ପଛରେ
କେବେ ଗ୍ରାହ୍ୟସ୍ତ ପଛରେ
ନଇଁ ଯିବ ସଞ୍ଜ କେବେ
ଅହଙ୍କାରୀ ଅଂଶୁମାନ ଲୁଚେଇ ମରିବ
ନିଜକୁ ଅସ୍ତାଚଳରେ
କୁରୁକୁରୁ ହୋଇ ହସିବ କୁମୁଦିନୀ
ତୁମର ଏ ଅବସତାକୁ ନେଇ
ଏ ଶୀଥିଳତାକୁ ନେଇ
ଦୃଷ୍ଟି ପ୍ରସାରି
କୋଶ ମାପୁ ମାପୁ
ରେଫରି ସୁସୁରି ଶବ୍ଦରେ
ଇତିଶ୍ରୀ ହେବ ମାରଥନ
ପୁଣି ପ୍ରସ୍ତୁତି ପର୍ବରେ
ଆଉ ଏକ ମାରାଥନ ପାଇଁ
ଏଇ ତ ଜୀବନ
ଅଧ୍ୟାପିକା ସସ୍ମିତା ମିଶ୍ର
ମହାନଦୀବିହାର ମହିଳା ମହାବିଦ୍ୟାଲୟ
ଦୂରଭାଷ 9078579612