ବସନ୍ତର ଅନ୍ତେ ଆସଇ ନିଦାଘ
ଧରା ରାଇଜକୁ ବୁଲି,
ତା' ସାଥେ ଆସଇ ପଣା ସଙ୍କରାନ୍ତି
ଚନ୍ଦନ ପୁନେଇଁ ଚାଲି ll
ଇଦୁଲ ଫିତର, ସାବିତିରୀ ବ୍ରତ
ରଜ ମୋହତ୍ସବ ସଙ୍ଗେ,
ଉଡ଼ା ପରବକୁ ଅକ୍ଷୟ ତୃତୀୟା
ଆସେ ପୁଣି ନାନା ରଙ୍ଗେ ll
ଟାଇଁ ଖରାଟାରେ ଝାଇଁ ମାରେ ମୁଣ୍ଡ
ଟଙ୍କ ତୋରାଣି କୁ ଆଶ,
ତରଭୁଜ ସଙ୍ଗେ ଫୁଟି ଓ କାକୁଡି
ମନକୁ କରେ ହରଷ ll
ପଣା ସରବତ ସଙ୍ଗେ ଲସି ପରା
ମନକୁ କରେ ଉଚ୍ଛନ୍ନ,
ଆମ୍ବ କଷି ସଙ୍ଗେ ଦହି ପଖାଳକୁ
ଟାଣେ ସଭିଙ୍କର ମନ ll
ବେଲପଣା ଆଉ ପୋଦିନା ପତର
ତା' ସଙ୍ଗେ ପଇଡ଼ ପାଣି,
ଲେମ୍ବୁ ସରବତ, ଆଖୁରସ ଆମ
ମନ ନେଉଥାଏ କିଣି ll
ତାଳସଜ ଆଉ ଆମ୍ବ, ପଣସର
ସବୁଠି ବସେ ପସରା,
ଚାର କୋଳି, କେନ୍ଦୁ, ପାଚିଲା ସପେଟା
ମୁଖେ ଭରେ ମଧୁ ପରା ll
ଗଡିଆ, ପୋଖରୀ ଶୁଖି ଶୁଖି ଯାଏ
ମରିଚିକା ଦେଖା ଦିଏ,
ଦୂର ବାଟୋଇ ଯେ ଦେଖି ଦେଇ ତାକୁ
ଶୋଷରେ ଆତୁର ହୁଏ ll
ମୁଣ୍ଡଫଟା ଖରା, ତପତ ଯେ ଧରା
ହୁତାଶନ ହୁଏ ମହୀ,
ଆକାଶକୁ ଚାହିଁ ଚାତକ ପକ୍ଷୀଟା
ମେଘକୁ ସଦା ଡାକଇ l
ଦାରୁଣ ନିଦାଘ ହେଲେବି କଠିନ
ଜଗତ ଦରଦୀ ବନ୍ଧୁ,
ଆଣିଥାଏ ମେଘ ଜଗତ କୋଳକୁ
ଖୋଲି ତା' କରୁଣା ସିନ୍ଧୁ ll
କୌଶିକ କୁମାର ହୋତା, ନବମ ଶ୍ରେଣୀ,
କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ
ଦୂରଭାଷ:-9438745662/9348809136
କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ
ଦୂରଭାଷ:-9438745662/9348809136