
ସଞ୍ଜୁଆ ଜହ୍ନ ରେ କଳା ଲାଗିଥିବ
ବେଳ ବୁଡୁ ଥିବ ମୋର ସକାଳ କିରଣ ସିନ୍ଥି ରେଥିବ ତୋ
ଗଭାରେ ଗଜରା ହାର,
ମହକୁ ଥିବ ତୋ ଗଭା ଗଜରାଟା
ରାତି ମୋ ଦହକୁ ଥିବ
ବାଟରେ ଘାଟରେ ଗାଁ ଭୂଆସୁଣୀ
ଟୁପ୍ ଟାପ୍ ଶୁଭୁଥିବ,
ତୋ ଯିବା ସବାରୀ ଧୀରେ ଧୀରେ ଆଖି
ଆଢୁଆଳେ ଛପୁଥିବ
'ହୈୟା ହୈ ' ଓ 'ରାମ ନାମ ସତ୍ୟ'
ଦୁଇ ପାଖୁ ଶୁଭୁ ଥିବ,
କବର ସରିଲେ ଖବର ପାଇବୁ
ଏ ବିରହୀ ଦେହଟାର
ରାଣ ଗଜରାର ଝରା ଫୁଲୁ କିଛି
ଦେଇଯିବୁ ଉପହାର।।
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Writer's Details: ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Content Category:
Submission Date: Apr 17, 2019