((ଲକ୍ଷ୍ମଣ, ସେତ ଅନନ୍ତ ରୂପି  ନାରାୟଣ))
ସୀତାମାତା ଏକା ପର୍ଣ୍ଣ କୁଟୀରରେ ଦନୁଜ ଙ୍କ ମାୟା ପୁର
ଭାବି ଲଇକ୍ଷଣ ଗମନ୍ତେ ତକ୍ଷଣ ଉପଗତ ଯୋଗୀ ବର
ପର୍ଣ୍ଣ କୁଟୀରର ଆଗେ
ଭିକ୍ଷାଂଦେହି ଭିକ୍ଷାଂଦେହି ଉଚ୍ଚସ୍ଵରେ ଡାକି ଆସି ଭିକ୍ଷା ମାଗେ  ।।
ସିଦ୍ଧ ଯୋଗୀ ଭିକ୍ଷା ଆଶେ କୁଟିଦ୍ଵାରେ ଦିଅ ଦେବୀ ଭିକ୍ଷାଦିଅ
ଅଭିଳାଷ ଆଜି ପୁରଣ ହୋଇବ କାଟିଛି ସଂସାର ମୋହ
ଦଣ୍ଡେ , ରହିଯାଅ ଯୋଗୀ
ରାମ,ଲଇକ୍ଷଣ ଆସିବେ ଏକ୍ଷଣି ମନଭରା ଭିକ୍ଷା ଦେବି  ।।
ଦଣ୍ଡକରେ ପ୍ରାଣ ଚାଲିଗଲେ ଆଉ ଭିକ୍ଷାରେ କିଅବା ଲୋଡା
ଫେରିଯାଉଅଛି ନଦେବ ଯେବେ ଗୋ କିମ୍ପାଇଁ ହୋଇବି ଛିଡା
ଶୁଣି ମୈଥିଳୀ ସୁନ୍ଦରୀ
କୁଟୀର ଭିତରୁ ପତର ପାତ୍ରରେ ଆଣେ ଫଳମୂଳ ଭରି  ।।

କୁଟୀର ଦ୍ଵାରରୁ ଡାକେ ରାମାମଣୀ ନିଅ ନିଅ ଯୋଗୀ ଭିକ
ଲକ୍ଷ୍ମଣ ଗାର ମୋ ସୀମା ପରିସର ତହୁଁ ନଯିବି ଅଧିକ
ବିକଳେ ଯୋଗୀ ଡାକି
ଜୀବ ରକ୍ଷାକର ଆରେ ରାମାବର ଆସ ସେ ଗାରକୁ ଡେଇଁ  ।।
ନସହି ବିକଳ ଲକ୍ଷ୍ମଣ ର ଗାର ପାସୋରି ଦେଲେକ ସତୀ
ତହୁଁ ବାମ କର ଧଇଲା ପାମର ଘୋଟିଆସିଲା ବିପତ୍ତି
ଛାଡ଼ିଦେଇ ଯତୀ ବେଶ
ନିଜରୂପ ଧରି ସମ୍ମୁଖେ ସୀତାଙ୍କ ଉଭାହେଲା ଲଙ୍କଈଶ  ।।
ପୁଷ୍ପକ ବିମାନେ ବଳେଧରି ନେଇ ବସାଇଲା ଦଶାନନ
ଜାନକୀ ବୋଲନ୍ତି ଆରେ ସୁନାଶୀର କିମ୍ପାଇଁ କରୁ ଏ କର୍ମ
ପର ନାରୀ ର ହରଣ
ବଂଶନାସ ଯାଏ ଯାଣିନୁ କି କହି ଉଚ୍ଚେ କରନ୍ତି ରୋଦନ ।।