ବଡ ଅଭିମାନୀ ଫୁଲେଇ ଶ୍ରାବଣୀ
ଯାଇଛି ମୋଠୁ ହଜି
ନିଦାଘ ମରୁରେ ପାଦମୋ ଫୋଟକା
ପ୍ରକୃତି ସହ ଯୁଝି

ଆଶା ନାହିଁ ଆଉ ମିଳିବ ଭରସା
ଦେଇଛି ସେ ମନବିକି
ଯେତେ ବିଳପିଲେ ମୁଣ୍ଡକୁ ପିଟିଲେ
ଦିଶିବନି ଲାଜୁଆ ଆଖି

କଣ୍ଟକିତ ପଥ କରି ଆପଣାର
କେତେଦିନ ଚାଲୁଥିବି
ନିଦାଘର ଶୋସ ମେଣ୍ଟିବା ଆଗରୁ
ଶୀତଳତା ବାଛିନେବି

ବଡ କଷ୍ଟ ଏ ଜୀବନ ଯୁଦ୍ଧ
କିଛି ଖରା କିଛି ଛାଇ
ସପନ କୁସୁମ ଦୁରେଇ ଗଲେ
ଜୀବନଟା ମରୁଭୂଇଁ

ହା ହୁତାସ ଅସହ୍ୟ ଯନ୍ତଣା
ଖାଲି ତ୍ୟାଗ ବଳିଦାନ
ଲାଜୁଆ ଆଖିର ମରମ ବେଦନା
ଅତିତ ଦୃବଳତାର ଚିହ୍ନ

ସୁନେଲୀ ସକାଳେ ଟାଇଁଟାଇଁ ଖରା
ଅର୍ନ୍ତଦହନର ଛବି 
ଶୀତଳତା ଏବେ ସାତସପନ ହୃଦକୁ
ହାହୁତାସର ମରୁଭୃମୀ

ବିବସ୍ତ୍ର ରଜନୀ ବିପଥଗାମୀନି
ଦିଶିଯାଏ ଆନ ମୁହଁ
ରାତିତ ସରୁନି ବିନିଦ୍ରତା ଭାବ
ଜ୍ଵଳନରେ ଘୃତ ସମ

ତଥାପି ଭରସା ରହଛି ମୋ ଆଶା
ତୋଳିବ ସରଗ କୁସୁମ
ସାରା ଜୀବନର ତପସ୍ୟାର ମୂଲ
କେବେବି ବ୍ୟର୍ଥ ନଯିବ

ପ୍ରଥମ ସପନ ପ୍ରଥମ ଛବି
ମନୁକି ହଜି ଯିବ
ଜୀବନର ଶେଷ ଘଡି ଯାଏ
ଆଖିରେ ନାଚୁ ଥିବ

ଚକଚକ ଦୁନିଆ ବାଛିଚୁ ଶ୍ରାବଣୀ
ରଂଗତ ଫିକା ପଡିବ
ଶେଷ ପଦକଥା ଆଜିବି କହୁଛି
ଏ ଦହନ କାହୁଁ ମିଳିବ

  ସୁଧାକର ସେଠୀ
ଜମ୍ବେଶ୍ବର ପୁର, ବାଲେଶ୍ବର
    ୯୩୩୭୬୮୧୫୨୪

Sent from my Samsung Galaxy smartphone.