ଆମ ଓଡ଼ିଶା - ପ୍ରକାଶ ବେହେରା

ଆମ ଓଡ଼ିଶା - ପ୍ରକାଶ ବେହେରା

ସବୁଜ ରଙ୍ଗରେ ମନ କିଣିନିଏ
ଶସ୍ୟ ଶ୍ୟାମଳକୁ ଘେନି
କୁଳୁକୁଳୁ ନାଦେ ଝରଣା ବହଇ
ଖୁସିରେ ନାଚେ ଅବନୀ ।
ବୀରପୁତ୍ର କେତେ ଜନମି ଅଛନ୍ତି
ରଚିଛନ୍ତି କିମ୍ବଦନ୍ତୀ
ପଥରରେ କାରୁକାର୍ଯ୍ୟ କରିବାରେ
କୋଣାର୍କ ସାକ୍ଷୀ ରହିଛି ।
ମାଟି କଥା କୁହେ ପଥର ବି ଗାଏ
ସବୁ ଲାଗଇ ଜୀବନ୍ତ
ସାରା ରାଇଜରେ ବାନା ଉଡୁଅଛି
ଏଇ ଆମ ମାଆ ଟେକ ।
ଜଗତ ଜନଙ୍କୁ ଉଦ୍ଧାର ପାଇଁକି
ଆମରି ବଡ଼ ଠାକୁର
ବାଇଶି ପାହାଚ ଉପରେ ଅଛନ୍ତି
ଖୋଲିଣ ସିଂହଦୁଆର ।
ଅବର୍ଣ୍ଣନୀୟ ଅତୁଳନୀୟ
ଏତେ ମଧୁର ମୋ ଭାଷା
ସବୁରି ମନେ ବିରାଜେ ଆଜି
ଏଇ ଆମ ଓଡ଼ିଶା । 

Writer's Details: ପ୍ରକାଶ ବେହେରା (ନନ୍ଦି)
ବିଲେଇଖଳି, କଂସରା, ହିନ୍ଦୋଳ, ଢେ଼ଙ୍କାନାଳ - ୭୫୯୦୨୨
ଦୂରଭାଷ :- ୭୭୮୦୬୬୦୦୨୯/୮୦୧୮୩୯୦୦୩୫
Content Category:
Submission Date: Apr 20, 2019

0 Comments