ବିରହର ଅନ୍ତଃସ୍ୱର - ତପନ ଦୀକ୍ଷିତ (ବେଳାଭୂମି)

0


ରୂପ ସାଗରର ଶାମୁକା ଟିଏ ତୁ 
ମୁଁ ଯେ ବେଳା ବାଲୁଚର
କାହିଁକି ବା ଆଶା କରିବି ମୁଁ ତୋତେ
ସପନଟା ଯା'ର ପର,
ଛାତିରେ ଛାତିଏ ବିରହ ସାଉଁଟି
ରାତି ଯାଏ ଯା'ର ବିତି
ଶୋଣିତ ରେ କଷେ ଜୀବନ ଗଣିତ
ବେଦନା ଫର୍ଦ୍ଦରେ ନିତି,
ଠିକଣା ଯାହାର ବଇଶାଖୀ ଝଞ୍ଜା
ଦହନ ଯା' ଚିର ସାଥୀ
କିପରି ମାଗିବି ପ୍ରଣୟ ପୀୟୂଷ
ତୋତେ ମୁଁ ଅଞ୍ଜୁଳୀ ପାତି ? ।।

Writer's Details: ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Content Category:
Submission Date: Apr 17, 2019

Post a Comment

0Comments
Post a Comment (0)