ନେତା ଆମଦାନି - ସୁଧାକର ସେଠୀ

0
ଭୋଟ ପାଗ କରିଛି କାମୁଳିଆ
ପୋକ ଖାଲି ସାଲୁବାଲୁ
ଏସନ ଫସଲ ଭଲ ଅମଳ ପାଇଁ
ନେତା ଆମଦାନି ହେଉ

ଗଜୁରା ନେତାଙ୍କ ଡଙ୍କ ଯିବ ମୋଡି
ପୋକ ଦେବେ ଚୋବେଇ
ପାକଳ ନେତା ଭିଡି ଆଣିଲେ
ଫସଲ ଯିବ ସୁଧୁରି

ସେମାଙ୍କ ବହପ ବଖାଣିବ କିଏ
ଆମଦାନି ନେତା ସୁନାମୁଣ୍ଢା
ଯାନିଯୌତୁକ ଆସିବ ହାତକୁ
ସାଥିରେ ପଲେ ମେଣ୍ଢା

ମିଡିଆବଲା ଲେଖିବେ ଚାଞ୍ଛିକି
ହେବ ଚାରିଆଡେ ଚର୍ଚ୍ଚା
ନେତା ଆମଦାନି ନିର୍ବାଚନ ଋତୁରେ
ସବୁଠୁ ଭଲ ବେଉସା

ଡିଆଁ ଡେଇଁରେ ମାହିର ଥୋଡେ
ଜାଲକୁ ମାନନ୍ତି ନାହିଁ
ପାଗ ଦେଖିଦେଲେ କାମୁଳିଆ
ଆଖିବୁଜିକି ଯାଆନ୍ତି ଡେଇଁ

ଆମଦାନି ନେତାଙ୍କ ଆଦର ବେଶି
ଭାଉବି କିଛି କମନୁହଁ
ମାଟିକାମୁଡି ପଡିଥିବ ଯିଏ
ତାର ଶନିଦଶାଟି ଜାଣ

ଧନ୍ୟ ଏ ନେତାଙ୍କ ମହିମା
ଏଣ୍ଡୁଅବି ଗଲାଣି ଲାଜେଇ
ଦେଖି ଦେଇ ଏମାନଙ୍କ
ସବୁ ଗୁଣ ଗାରିମା
          😅
ଜମ୍ବେଶ୍ବରପୁର,ବାଲେଶ୍ବର

Sent from my Samsung Galaxy smartphone.

Post a Comment

0Comments
Post a Comment (0)