
ଯିଏ କେବେ ଧନ ଦେଖେନି।
ଯାହାର ପ୍ରତିବଦଳରେ
କିଛି ପାଇବାର ଆଶା ନଥାଏ।
ଯିଏ ଦେଖେନି
ଜାତି-ଗୋତ୍ର, ବାଲ୍ୟ-ବୃଦ୍ଧ,
ଧନୀ-ଗରିବ,
ଶିକ୍ଷା-ଦୀକ୍ଷା।
ସେ ଶ୍ରୀକୃଷ୍ଣ ହୁଅନ୍ତୁ ସୁଦାମା ପାଇଁ
କିମ୍ବା ଶ୍ରୀରାମ ହୁଅନ୍ତୁ ସୁଗ୍ରୀବ ପାଇଁ
କର୍ଣ ହୁଅନ୍ତୁ ଦୁର୍ଯ୍ୟୋଧନ ପାଇଁ।
ଯିଏ ଧରିନିଏ ହାତ
ସବୁ ବାଧା ବିଘ୍ନ ଦୂର କରି।
ଯାହାର ମନରେ ନଥାଏ
ନିନ୍ଦା ଅପବାଦର ଭୟ ,
ଦୁର୍ଯ୍ୟୋଧନ ଭଳି ଅନ୍ୟାୟୀ ପାଇଁ
ଜୀବନ ଦେଇଦିଏ।
ବନ୍ଧୁତ୍ୱ ର ଶ୍ରେଷ୍ଠ ପରିଚୟ ପ୍ରଦାନ କରେ
କମଳ ନୟନ ଜଳେ,
ଦରିଦ୍ର ସୁଦାମାର ପାଦ ପ୍ରକ୍ଷାଳନ କରି।
ଯିଏ ତିନି ମୁଠା ଖୁଦ ବଦଳରେ
ତ୍ରିଲୋକକୁ ଦାନ କରିବାକୁ ବ୍ୟଗ୍ର ହୋଇଉଠେ,
ସେହି ବନ୍ଧୁ ସେହି ମିତ୍ର ସେହି ସଖା,
ସେହି ବିଶାଳ ହୃଦୟଧାରୀ
ପୁରୁଷର ପଦ୍ମପାଦରେ
ମୋର କୋଟି କୋଟି ପ୍ରଣାମ।।