
ମାଗିଦେଖ ମୋତେ କିଞ୍ଚିତେ ଖୁସି
ମୁଁ ଦେଇଦେବି ଅସୀମ ଅମ୍ବର ...
ତୁମେ
ମାଗିଦେଖ ମୋତେ ସିକ୍ତ ସ୍ୱପ୍ନ
ମୁଁ ଦେଇଦେବି ଯେତେ ଅଭିସାର...
ତୁମେ
ମାଗିଦେଖ ମୋତେ ଫୁଲ ହାର
ମୁଁ ଦେଇଦେବି ଫଗୁଣ ସହର...
ତୁମେ
ମାଗିଦେଖ ମୋତେ ମଧୂ ପ୍ରିତି
ମୁଁ ଦେଇଦେବି ନୀଳ ସାଗର ...
ତୁମେ
ମାଗିଦେଖ ମୋତେ ଅଧିକାର
ମୁଁ ଦେଇଦେବି ଟୋପେ ସିନ୍ଦୁର ...
ତୁମେ
ମାଗିଦେଖ ମୋତେ ପରିଚୟ
ମୁଁ କରି ନବି ତୁମକୁ ସାରା ସଂସାର...
×-×-×-×-×-×-×-×-×-×'
ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର