କେତେ ସୁନ୍ଦର ଲାଗେ ଦେଖିବାକୁ
ଏରୋପ୍ଲେନ୍ ରୁ ଏ ପୃଥିବୀ !
ପେନସିଲ୍ ର ସରୁମୁନ ରେ
ଅଙ୍କା ହୋଇଥିବା ଚିତ୍ର ପରି
କଲମର ଗାର ପରି ସରୁଆ ନଦୀ
କେତେ ସୁନ୍ଦର ଲାଗେ ତାର
ଅଟାଳି ଆଉ ଅଟବୀ
ସତରେ କେତେ ସୁନ୍ଦର !
ଏରୋପ୍ଲେନ୍ ରୁ ଏ ପୃଥିବୀ ।
ପେନ୍ଥା ପେନ୍ଥା ବାଦଲରେ ନଇଁ ପଡିଥିବା
ନନ୍ତ ନଭସ ବୃକ୍ଷ ,
ଠିକ୍ ଯେପରି ଅସୁମାରି ସ୍ବପ୍ନର ବୋଝଭାରେ
ଝୁଲିପଡିଥିବା ମେରୁଦଣ୍ଡ ଟିଏ ।
ରାକା ରଜନୀରେ ପୃଥିବୀ ସଜେଇ ହୋଇଛି
ନାଲି, ନେଳି ମିଞ୍ଜିମିଞ୍ଜି ଆଲୁଅରେ
ବୋଧେ କାହାର ମଧୁଶଯ୍ୟା କି କ'ଣ !
କେତେବେଳେ ବାଦଲରେ ତିଆରି ହେଉଛି
ଆମ ଗାଁ ସ୍କୁଲ୍ ପଡିଆ, ତ'
କେତେବେଳେ ନବ ଅଜାଙ୍କ ଜିଲାପି କଡେଇ
କେତେବେଳେ ଭାଇ-ଭଉଣୀ ଙ୍କ ସହ ଖାଉଥିବା
ପଖାଳ କଂସାର ଦୃଶ୍ୟ, ତ'
କେତେବେଳେ ରକ୍ତରେ ଲାଲେଲାଲ୍ ମୋ'
ଅତୀତ କୁ ଦେଖି କାହାର ଉନ୍ମୁଖ ହାସ୍ୟ ।
ନିରୀହ, ନିରୀତିକା ପୃଥିବୀ ପରି
ହେଇଥା'ନ୍ତେ କି
ଏଠି ରହୁଥିବା ଲୋକଗୁଡା
ବୁଝନ୍ତେ ଆତ୍ମାର ଗୋପନତା
ଶରୀରର ଜଡତା
ହୋ' ହାଲ୍ଲାରେ ଚାରିଦିଗ ଫାଟି
ପଡୁଥିବା ବେଳେ
ଗୋଟିଏ କୋଣର ନିର୍ଜନତା ...
ଅଡ ଭୁଲି ନିହିମାଏ ପାଶୋରନ୍ତେ ଅଇରିତା
ନୁଙ୍ଗୁରା ମନକୁ ଝରଣା ଜଳରେ ଧୋଇ
ହେଇଯାନ୍ତେ ନିରୁତା ।
ବିନ୍ଦୁପରି ଦିଶୁଥିବା ମଣିଷ
ବୁନ୍ଦାଏ ନିର୍ଲିପ୍ତ ଲୁହର ମୂଲ୍ୟ ବୁଝନ୍ତା !
ତେବେ , ଆକାଶବଲ୍ଲୀ ବି ଖୋଜିପାଆନ୍ତା
ତାର ଅସ୍ତିତ୍ବ ଆଉ ଦିଶନ୍ତା ବି
ଏଇ ଏରୋପ୍ଲେନ୍ ରୁ !!!
ଠିକଣା
--------
ଦିଲିପ୍ କୁମାର୍ ତ୍ରିପାଠୀ
ଢେଙ୍କାନାଳ,ପର୍ଜଙ୍ଗ
ଦୂରଭାଷ: ୯୯୧୬୦୬୫୮୬୬
ଇ-ମେଲ୍:dkt.writer@gmail.com
ଆପଣ ଯଦି ଏହି ବିଷୟଟି ପଢି ସାରିଛନ୍ତି, ତେବେ ଗଠନ ମୂଳକ ପ୍ରତିକ୍ରିୟା ପ୍ରଦାନ କରନ୍ତୁ ।