OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଅଧୁରା ଜୀବନ - ପ୍ରକାଶ ବେହେରା

ଅଧୁରା ଜୀବନ - ପ୍ରକାଶ ବେହେରା



ସମୟ ଥିଲା ଏମିନ୍ତି 
ପଡେ ଆଜି ମନେ
ପାଉଁଜି ତୋ ଶୁଭୁଥିଲା
ନୀତି ମୋର କାନେ ।

ଆଖି ଦେଖୁଥିଲା ଏକ
ସଜଫୁଟା ଫୁଲ
ଅନ୍ଧାର ରାତିର ଥିଲୁ
ଆଲୋକ ମୋହର ।

ପ୍ରେମ କଣ ଦୁନିଆଁରେ
ଜାଣି ମୁଁ ନଥିଲି
ତୁ ଆସିଲୁ ଲାଗିଲା ମୁଁ
ସବୁ ପାଇଗଲି ।

ଅଧା ବାଟେ ଛାଡି ଦେବୁ
ନଥିଲି ମୁଁ ଜାଣି
ମୋ ପ୍ରେମକୁ କେବେ ତୁ ଲୋ
ପାରିଲୁନି ଚିହ୍ନି ।

ମୋ ହୃଦୟ ଭାଙ୍ଗି ଭଲ
ହୃଦୟ ଖୋଜୁଛୁ
ମୋ ସାଥେ ଖେଳିଣ ଖେଳ
ଖୁସିରେ କି ଅଛୁ ।

କାଲି ପାଉଥିଲି ଭଲ
ଆଜି ବି ପାଉଛି
ଖୁସିରେ ରହ ଲୋ ପ୍ରିୟା
ଶୁଭ ମନାସୁଛି ।

Writer's Details: ପ୍ରକାଶ ବେହେରା (ନନ୍ଦି)
ବିଲେଇଖଳି, କଂସରା, ହିନ୍ଦୋଳ, ଢେ଼ଙ୍କାନାଳ
ଫୋନ :- ୭୭୮୦୬୬୦୦୨୯, ୮୦୧୮୩୯୦୦୩୫
Content Category:
Submission Date: Apr 16, 2019

0 Comments