ତମ ବନାମ ଆମ - ତପନ ଦୀକ୍ଷିତ (ବେଳାଭୂମି)

0


ତମ ଗାଁ ହାଟେ ଯଦି କେବେ ହୁଏ 
ଗୁଡ଼ଅଟା ଗୋଳା ଗୁଲୁଗୁଲା
ଆମ କୁଞ୍ଜଛକ ଗୁଡ଼ିଆ ଦୋକାନେ
ବାସୀହୁଏ ଯେତେ ରସଗୋଲା,
ତୁମ ଗଡ଼ିଆରେ କଇଁ ଫୁଟେ ଯେବେ
ପଦୁଅଁ ପରିକା ଦେଖାଯାଏ
ଆମ ବଗିଚାରେ ଗୋଲାପ ଫୁଟିଲେ
ପୋକଶୁଙ୍ଘା ପରି ବାସୁଥାଏ,
ତମ ଅପେରାରେ ହିରୋ ବାହାରିଲେ
ଦନାଦନ୍ ହୁଏ ତାଳିମାଡ଼
ଆମ ହିରୋଇନ ସବୁରି ଶାଳୀସେ
ଏଣ୍ଟ୍ରି ମାରିଲେ ଅଣ୍ଡା ମାଡ଼...।।

Writer's Details: ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Content Category:
Submission Date: Apr 17, 2019

Post a Comment

0Comments
Post a Comment (0)