ସ୍ଵପ୍ନ ସବୁ - ଚିତ୍ତରଞ୍ଜନ ସାହୁ

0

ଏ ରକ୍ତିମ ସୂର୍ଯ୍ୟ ଯେବେ
ବୁଡିଯିବେ ପଶ୍ଚିମ ସାଗରେ
ଯେବେ ଧରଣୀର ପୃଷ୍ଠଦେଶେ
ଖେଳିଯିବେ ଅନ୍ଧାର ଲହରୀ
ପକ୍ଷୀଏଁ ଯେବେ ବାହୁଡିବେ
ଆପଣା ରାସ୍ତାରେ
ସେତେବେଳେ ସ୍ବପ୍ନମୋର
ମୋ ଦେହକୁ ତ୍ୟାଗକରି,
ଇତଃସ୍ତତ ହୋଇ,
ଆଲୋକକୁ ଖୋଜୁଥିବେ ଆଖିକୁ ମେଲେଇ

ମୁ ମୋହର ସ୍ୱପ୍ନସବୁ ବିକିଅଛି
ବିନା ପଇସାରେ
କେବେ କେବେ ନିଜକୁ ଲୁଚାଇ
ପରେ କେବେ ଖୋଜିଅଛି ସେମାନଙ୍କୁ
ଦୁଇ ହାତ ବୁଲାଇବୁଲାଇ

ପାଇନାହିଁ ସେ ସବୁଙ୍କୁ 
ପାଇବାର ଇଛା ଅବା କାହିଁ
କେତେ ଥର ସ୍ବପ୍ନ ସବୁ
ହୃଦୟକୁ ଦେଇଛନ୍ତି ଗଭୀର ଆଘାତ
କିଛି କିଛି ମନେ ଅଛି କିଛି ମନେ ନାହିଁ।।

ଚିତ୍ତରଞ୍ଜନ ସାହୁ
ସା/ପୋ-ସିଙ୍ଗିରି, ଥାନା- ଆଳି, କେନ୍ଦ୍ରାପଡା

Post a Comment

0Comments
Post a Comment (0)