ଥିଲା ଗୋଟେ ସୁନା ଶୁଆ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଥିଲା ଗୋଟେ ସୁନା ଶୁଆ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


କଥା କୁହା ସେହି ସୁନା ଚଢ଼େଇ ଲୋ
                    ଆହା କେଉଁ ଭାଗ୍ୟବଳେ
ବିଧାତା କିଭାବି ଛାଡ଼ିଦେଇ ଥିଲା
                    ଆଣି ଏ ଅଭାଗା କୋଳେ ।।
କେତେ ଯତନରେ ସୁରମ୍ୟ ରମ୍ୟ
            ସୁଦ୍ଧ ସୁବର୍ଣ୍ଣ ପଞ୍ଜୁରୀ
ଗଢି ଦେଇଥିଲି ସେନେହ ସରାଗେ
                           ରଖିଲି ଆଦର କରି   ।।
କେତେ ନୂଆ ନୂଆ ଅନୁଭୂତି କେତେ
                           ଅଜଣା ନୂଆ ଆନନ୍ଦ
ପୁରି ଯାଉଥିଲା ମୋ ଘର ସଂସାର 
                         ତା ଆନନ୍ଦ ଗୀତ ଛନ୍ଦ   ।।
ଡଉଲ ଡାଉଲ ଅପରୂପ କାନ୍ତି
          ମନ ନେଉଥିଲା କିଣି
ଚାଲିଯାଉଥିଲେ ସୁନ୍ଦର ଦିଶଇ
         ଅପାସୋରା ରୂପ ଠାଣି  ।।
କେତେ ଆଶା କେତେ ଭରଷା ଥିଲାରେ
           ମୋ ପ୍ରାଣ ପ୍ରୀୟ ଚଢେଇ
ତୋ ରୂପ,ଗୁଣର ସଉରଭ ମୋଦେ
          କରିଛି କେତେ ବଡେଇ  ।।
ନନ୍ଦନ ବନର ଶୁଭ୍ର ପାରିଜାତ
       ଉଦ୍ୟାନ ର ସୁନା ପକ୍ଷୀ
ଅବତରି ଥିଲା କର୍ମଅବଳରୁ
        କରିଗଲା ନିରିମାଖୀ  ।।
   
ଭାଙ୍ଗି ଦେଲା ସବୁ ଦାରୁଣ ଦଇବ
           ଶୂନ୍ୟ ସୁନାର ପଞ୍ଜୁରୀ
ଅକାଳରେ ଉଡିଗଲା କେଉଁ ପୁରେ
           ଆଖି କାହିଁ ପାଉନାହିଁ  ।।
ଜୀବନ ଟା ଖାଲି ଦୁଃର୍ବିସହ ଦୁଃଖ
            କରି ଚିର ସହଚର
ଉଡିଗଲୁ ଭୁଲି ଯେତେ ସ୍ନେହ ଶ୍ରଦ୍ଧା
             କରିଦେଲୁ ସାତପର  ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

0 Comments