"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ସଞ୍ଚୟ - କୌଶିକ କୁମାର ହୋତା

ସଞ୍ଚୟ - କୌଶିକ କୁମାର ହୋତା



ସଞ୍ଚୟ କଥା କରିଲା ଚିନ୍ତା 
ଭିକାରି ବାଇମୁଣ୍ଡି
ସଂଚିତ ଧନ କରିଲା ଦାନ
ରାଜାଙ୍କୁ ଦିନେ ଉଣ୍ଡି ||
କାଠଯୋଡିରେ ପଥର ବନ୍ଧ
ସେ ଧନରେ ହେଲା ଠିଆ
ଦେଲା ସୁରକ୍ଷା ବନ୍ୟାରୁ ରକ୍ଷା
ପାଇଲେ କଟିକିଆ ||
ଦାନାଟେ ଧରି ଶୃଙ୍ଖଳା କରି
ପିମ୍ପୁଡ଼ିଟିଏ ଦେଖ
ସଂଚୟ କରେ ଆନନ୍ଦ ମନେ
ନକରେ କେବେ ଦୁଃଖ ||
ସଞ୍ଚୟ ଅଟେ ମହାନ ଗୁଣ
ମନେରଖିବା ଆମେ
ପାରିଲେ ସଞ୍ଚି ବିପଦ ବେଳେ
ଆସିବ ତାହା କାମେ ||

କୌଶିକ କୁମାର ହୋତା
ନବମ ଶ୍ରେଣୀ, କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ

0 Comments