ଅଭିମାନ ଛାଡ - ସୁଧାକର ସେଠୀ

ଅଭିମାନ ଛାଡ - ସୁଧାକର ସେଠୀ

ଭାଷାର ପୂଜାରୀ ଜାତିକର୍ଣ୍ଣଧାର
ନିରବେ ମଉନେ  ହୋଇଛ ଠିଆ
ଭାଷା ଜାତି ଆଜି ଅଛି ବିପଦରେ
ଜଳୁନାହିଁ କିଆଁ ତବ ମନେ ନିଆଁ

ସାହି ସାହି ଛକ ଛକରେ
ଇଂଗଲିସ ମିଡିଅମ ସ୍କୁଲର ନାଟ
ଓଡିଆ ସ୍କୁଲ ତାଲା ପଡିଲାଣି
ବଢୁଛି ତଥାପି ସଭିଙ୍କର ଥାଟ

ଭାଷା ଜାତିପ୍ରତି ବିମୁଖ ହୋଇଲେ
କେମିତି ବଢିବ ପରାଭବ
ବିଜାତିଆ ହୋଇ ଆନ ଭାଷା ଆଦରି
କେମିତି କରିବ ତୁମେ ଗରବ

ଗଙ୍ଗା ଠାରୁ ଗୋଦାବରୀ ଥିଲା ଏ ମୂଲକ
ଇତିହାସ ତାର ମୁକସାଖି
ଆଜିକିଆଁ ହେଉଛ ହେ ଜାତି ଏତେ ଦୃବଳ
ଥରି ଯାଉନି ତୁମର ଛାତି

ମାଆ ବାପା ଡାକ ଛାଡି ପିଲାଏ
ଡାଡ ମମରେ ଭାସୁଛନ୍ତି
ଭାରି ଅସହଜ ଲାଗୁଛି ତଥାପି
ପ୍ରତିବାଦ କେହି କରୁନାହାନ୍ତି

ଛାଡି ଯାଇଥିଲ ଉତ୍କଳ କଟକ
ଆଜିବି ଅଛି ସେମିତି
ଆମ ପ୍ରଗଣା ଆନ ଅକ୍ତିଆରରେ
ଭକୁଆ ଭଳି ଆମର ସ୍ଥିତି

ସରକାର ପରେ ସରକାର ବଦଳିଛି
ସ୍ବାଭିମାନର ମୂଲ ନାହିଁ କାହାଠାରେ
ଷଢେଇକଳା ,ଖରସୁଆଁ କଥା ଭାବିଲେ
ବେନି ନୟନୁ ଲୋତକ ଝରେ

ଛାତି ପିଟି ଆମେ କହୁଛୁ ସ୍ବାଧିନ
ସେ ସ୍ବାଧିନତାର କିଅବା ମୂଲ
ଆମ ଭାଇ ସେଠି ରୋଦନ କରୁଛି
ଶାନ୍ତିରେ ଆମର ବିତୁନି ଦିନ

ଏତେ ପରାଭବ ଏତେ ବାହାବାହା
ଏତେ ହାକିମାତି ସେ କାହା ପାଇଁ
ଭାଷା ଜାତି ଯଦି ଝୁଣ୍ଟିଲାଣି ପାଦ
ସେ ଗୌରବର ମୂଲ କିଛି ନାହିଁ

ଶଢୁଛନ୍ତି ପରମୂଲକେ ପରଭାଷା
ସାଥେ ଲଗାଇ ଡୋରି
ଅନ୍ତର କାନ୍ଦୁଛି ତାଙ୍କ ହୃଦ ବିଳପୁଛି
ତଥାପି ଆମ ନିଦ ଭାଙ୍ଗୁନି

ଶୁଣିବାକୁ ବଡବଡ କଥା
ସଭା ସମିତିରେ ଲାଗୁଛି ଭଲ
ଦିଶି ଯାଉଛି ସମସ୍ତଙ୍କ ରୋଦନ ହେଲେ
କାହା ଆଖିରୁ ଝରୁନି ଲୁହ

ଅଭିମାନ ଛାଡ ହେ ଫକୀର ମୋହନ
ଗଢ ପୁଣିଥରେ ନବଉତ୍କଳ ପ୍ରଦେଶ
ଅଧୁରା ସପନ ପୁରାକରି ଦେଇ
ସଭିଙ୍କ ମୂହଁରେ ଫୁଟାଅ ହସ।

    ସୁଧାକର ସେଠୀ
ଜମ୍ବେଶ୍ବରପୁର,ବାଲେଶ୍ବର
Sent from my Samsung Galaxy smartphone.

0 Comments