ପୂର୍ଣ୍ଣତା ଅପୂର୍ଣ୍ଣତା - ଚିତ୍ତରଞ୍ଜନ ସାହୁ

ପୂର୍ଣ୍ଣତା ଅପୂର୍ଣ୍ଣତା - ଚିତ୍ତରଞ୍ଜନ ସାହୁ



ଜହ୍ନ ସାକ୍ଷୀ ଅଛି !
ତୁମ ସହ ମୋର ପ୍ରଥମ ଭେଟକୁ।
ସମୟ ଥିଲା ବସନ୍ତର ପ୍ରଥମ ସନ୍ଧ୍ୟା,
ତୁମେ ଆସିଥିଲ ତୁମର ପ୍ରେମଭରା
ଦୁଲକାଏ ମଳୟକୁ ନେଇ।

ମୋର ଅନ୍ୟମନସ୍କତାର ସାମାନ୍ୟ ଉପରେ
ତୁମେ ଆସି ରହିଗଲ,
ମୁଁ ଫେରି ଆସିଲି ବର୍ତ୍ତମାନକୁ।
ବିସ୍ମିତ ହେଲି ତୁମ ଚେହେରାକୁ ଦେଖି! !

ଓଃ ! ଏକି ଶିହରଣ ଖେଳିଗଲା
ମୋ ଦେହରେ,
ତୁମର ସେ ମିଠା ସ୍ପର୍ଶ ପାଇ।

ତୁମ ଲକ୍ଷ ଆଉ କିଛି ଥିଲା,
ମାତ୍ର ମୋ ଉପରେ ପ୍ରସନ୍ନ ହେବାର
କାରଣ କ'ଣ?

ମୋ ଠାରେ ଅଟକିଯିବାର,
ତୁମ ମନରେ ଯେଉଁ ତୃଷ୍ଣା ପ୍ରକଟ ହେଲା,
ତାହା ମୋ ଆଖି ବେଶ ବୁଝି ନେଇଥିଲା।
ତୁମର ଦୁଇ ଆଖିକୁ ଦେଖି,
ତୁମକୁ ନିଃସନ୍ଦେହରେ ଆପଣେଇ ଥିଲା
ମୋର ଏ ମନ।

ଏ ଦେହର ଦୀର୍ଣ୍ଣ ମରୁଭୂମିକୁ
ପ୍ରଥମ ଥର କେହି ସିକ୍ତ କରିଥିଲା।
ଅବତୀର୍ଣ୍ଣ ହେଲେ ଅନେକ ଭାବନା।
ଉତ୍ପତି ହେଲା ଅଜସ୍ର ଆନନ୍ଦ।

ଜୀବନ ପୂର୍ବବତ ଅପୂର୍ଣ୍ଣତାର ଶିଖରରୁ ଫେରିଆସି
ଉପସ୍ଥିତ ହେଲା ପୂର୍ଣ୍ଣତାର ପାଦଦେଶରେ।

ଚିତ୍ତରଞ୍ଜନ ସାହୁ
ସିଙ୍ଗିରି, ଆଳି, କେନ୍ଦ୍ରାପଡା, ମୋ - 7377678738