
ସେବା ଆମ ଧର୍ମ ସେବା ହିଁ ତୋ ତୋପ
ସେବାରେ ପରମ ଶାନ୍ତି,ସେବି ଗୁରୁଜନେ ଲଭିବା ଆନନ୍ଦ
ପାଇବା ପରମ ତୃପ୍ତି ll
ହୀନଜନଙ୍କର କଟୁକଥା ଶୁଣି
ପଦେ ନ ଦେବା ଉତ୍ତର,
ଧର୍ଯ୍ୟ ସିନା ଭାରି ପିତା ଲାଗିଥାଏ
ଫଳ ତା ଅଟେ ମଧୁର ll
ଜ୍ଞାତି ବନ୍ଧୁକୁଳ ଗୁରୁ ଗୁରୁଜନ
ଅଟନ୍ତି ପୂଜ୍ୟ ଦେବତା,
ତାଙ୍କ ସେବା କଲେ ନିଶ୍ଚୟ ଲଭିବା
ଜୀବନର ସାର୍ଥକତା ll
---------------------------
କୌଶିକ କୁମାର ହୋତା
ନବମ ଶ୍ରେଣୀ, ରାଇରଙ୍ଗପୁର, ମୟୁରଭଞ୍ଜ