ନାରୀ - ସୁଧାକର ସେଠୀ

0


ଅମୃତ ସମ ମମତା ତାର
ପରକୁ କରେ ସେ ଆପଣାର
ନିଜକୁ ଜାଳି ସଳିତା ପରି
ଘରକୁ କରଇ ସରଗପୁର

ସୂର୍ଯ୍ୟ ସମ ତାର ସେ ଆଭା
କେବେ ସେ ଲକ୍ଷ୍ମୀ କେବେ ସେ ଦୁର୍ଗା
ଯାଏନା ଥକି ହାରେନା କେବେ
ଗୃହାଙ୍ଗନର ଅଟେ ସେ ଶୋଭା

ଜୀବନ ତାର ଅମୂଲ ମୂଲ
ହେବନି କିଏ ତା ସମତୁଲ
କଣ୍ଟାର ପଥ ବାଛି ନିଏ ସିଏ
ଫୁଟାଇବାକୁ ସେନେହ ଫୁଲ

    ସୁଧାକର ସେଠୀ
ଜମ୍ବେଶ୍ବରପୁର,ବାଲେଶ୍ବର
    ୯୩୩୭୬୮୧୫୨୪


Sent from my Samsung Galaxy smartphone.

Post a Comment

0Comments
Post a Comment (0)