ହେ ଭଗବାନ ଦେଖ ଆମ ସମ୍ବିଧାନ - ନାରାୟଣ ଚନ୍ଦ୍ର ସେନାପତି

ହେ ଭଗବାନ ଦେଖ ଆମ ସମ୍ବିଧାନ - ନାରାୟଣ ଚନ୍ଦ୍ର ସେନାପତି

ହେ ଭଗବାନ
ସତରେ ଥିଲ ତୁମେ ବଡ ଅଜ୍ଞାନ
ନ ଥିଲା କି ତୁମ ସମ୍ବିଧାନ ?
ଥିଲେ କ'ଣ କଟିଥାନ୍ତା ଏକଲବ୍ୟର ବୃଦ୍ଧାଙ୍ଗୁଠି,
ଆରୋଣୀ କ'ଣ ଶୋଇଥାନ୍ତା ପାଣି ସୁଅ ହୁଡାରେ,
ଉପମନ୍ୟୁ କ'ଣ ଅର୍କପତ୍ର ଖାଇ ହୋଇଥାନ୍ତା ଅନ୍ଧ,
କର୍ଣ୍ଣ କ'ଣ ଟିକେ ମିଛ ପାଇଁ ହରାଇଥାନ୍ତା ଜୀବନ,
କାହିଁ ଗୁରୁଙ୍କୁ ଦେଲନାହିଁ ଦଣ୍ଡ-
ଲଗାଇଲ ନାହିଁ ଶିଶୁ ସୁରକ୍ଷା ଦଫା-
ଧାରା-୧୭ କିବା ଶିଶୁ ଶ୍ରମିକ କଡା ନିୟମ,
ତୁମେ କ'ଣ କରିବ ଯେ...
ତୁମେ ପରା ଗୁରୁ ଗୁରୁମା'ଙ୍କ କରୁଥିଲ ପାଦ ପୂଜା
ଗୋ ସେବା,ସମିଧ ସଂଗ୍ରହ ଓ ଆଶ୍ରମ ସଫା,
ସେତେବେଳେ କ'ଣ ନ ଥିଲା ଦଣ୍ଡମୁକ୍ତ ଆଶ୍ରମ,
ତୁମ ପିତା ମାତାଙ୍କୁ ବୋଧେ ଜଣା ନ ଥିଲା ଶିକ୍ଷା ଅଧିକାର-
ନ ହେଲେ  ଲଗାଇ ଦଫା ଗୁରୁଗୁଡାଙ୍କର କରିଥାନ୍ତେ ରଫା,
ଗୁରୁମାନେ ପଚିସଢି ମରିଥାନ୍ତେ କଳାପାଣି ଜେଲ୍ ରେ....
ହେ ଭାଗବାନ୍.. ଦେଖ ଆମ ସମ୍ବିଧାନ--
.ଗୁରୁଙ୍କୁ ମାଡ ଏବେର ଗୁରୁ ଦକ୍ଷିଣା-
ଗୁରୁଙ୍କୁ ଅସମ୍ମାନ ପାଲଟିଛି ମର୍ଯ୍ୟାଦା-
ଗୁରୁଙ୍କୁ ନିନ୍ଦା ହୋଇଛି ଅାମ ମୌଳିକ ଧାରା-
ତୁମେ ପରା କହିଥିଲ ଗୁରୁଙ୍କ ଆଶୀର୍ବାଦ--
ଶିଷ୍ୟର ଭକ୍ତି, ଅଭିଭାବକର ଗୁରୁପ୍ରୀତି..
ଏ ଗୁରୁଶିଷ୍ୟ ପରମ୍ପରାର ଜ୍ୟୋତି,
ମାତ୍ର ଆଜି ଶିଷ୍ୟ ପାଲଟିଛି ଶତ୍ରୁ-
ଅଭିଭାବକ କରୁଛି ହିଂସା-
ମୂର୍ଖ କରୁଛି ରାଜୁତି-
ବିଦ୍ୱାନକୁ ଶୋଷୁଛି ରାଜନୀତି...
ଗୁରୁ ଶିଷ୍ୟ ପରମ୍ପରା କାନ୍ଦୁଛି ଧକେଇ ଧକେଇ,
ଗୁରୁଙ୍କୁ ମିଳିବା ଶାସ୍ତିକୁ ଦେଖି.....।
ତୁମେ ସିନା ଦେଉଥିଲ ଦିବ୍ୟଜ୍ଞାନ-ଆତ୍ମଜ୍ଞାନ
ହେଲେ ଆମ ସମ୍ବିଧାନ ଭାରି ଟାଣୁଆ,
ସେ ଗଢୁଛି ସୈତାନ ଓ ବୈମାନ୍
ସେ ଯେମିତି କହୁଛି 
*ଆ ଚା ର୍ଯ୍ୟ  ମୃ ତ  ଭ ବ*
ଶିଖ ଶିଖ ଶିଖାଅ ଭାରତୀୟ ନୂଆ ସମ୍ବିଧାନ ନିୟମ
ଗୁରୁଙ୍କ ବୋଲହାକ କଲେ-
ରଖିଛୁ ଧାରା ଦଫା ଶିଶୁ ଶ୍ରମିକ ଧାରା,
ଦୋଷ ପାଇଁ ଦଣ୍ଡ ଦେଲେ ରଖିଛୁ ଜେଲ୍ ଦଣ୍ଡ ଜୋରିମାନା ।
ହେ ଭଗବାନ୍... ହୁଅ ସାବଧାନ ..
ଅବିଳମ୍ବେ କର ଏହାର ସଂଶୋଧନ,
ନ ହେଲେ ସଂସାରରୁ ହଜିଯିବ 
ଶୃଙ୍ଖଳା,ସଂସ୍କାର ଓ ଗୁରୁ ଶିଷ୍ୟ ପରମ୍ପରାର
ଏ ଅମୁଲ୍ୟ ଧର୍ମ.........।
*ନାରାୟଣ ଚନ୍ଦ୍ର ସେନାପତି*
     ଜମ୍ଭରା,କେନ୍ଦୁଝର
     🎪🎪🎪🎪🎪

0 Comments