ଫୁଲୱାମାର କୋହ - ସୁଧାକର ସେଠୀ

0


ରକ୍ତର ହୋଲି ଗଲେ ଖେଳି
ସଜେଇଲେ ଏମିତି ବିଷ୍ପୋଟକ
ଛିଟିକି ପଡେ ପୁଳାପୁଳା ମାଂସ
ଦହିଯାଏ ହୃଦ ଦେଖିସେ ଦୃଶ୍ୟ

ଥରିଯାଏ ବୁକୁ ଆର୍ତ୍ତଚିତ୍କାରେ
ଫୁଲୱାମା ଉଠେ ଶିହରି
ସହିବ କେମିତି ମାର ବୁକୁ
ବିଳପି ଉଠେ ତା ପୁତାକୁ ଝୁରି

ଆତଙ୍କବାଦ ବର୍ବରତା ଆଗେ
ସ୍ତବ୍ଧ ଆଜି ସାରା ଜଗତ
ସେ ଅମର ବଳିଦାନ ସୁମରି
କରୁଛି ମୁଁ ଶତ ପ୍ରଣିପାତ

ହେ ଭାରତ ମାର ଯୋଗ୍ୟଦାୟଦ
ଧନ୍ୟ ତବ ଦେଶ ପ୍ରୀତି
ସଦା ରହିବ ଋଣୀ ଏ ଜାତି
ଲିଭିବନି ମନେ ସେ ଜ୍ୟୋତି

ପ୍ରତିରକ୍ତବିନ୍ଦୁ ଯିବନି ବ୍ୟର୍ଥ
ମାଟି ମାଗୁଛି ଆଜି ଜବାବ
ରଂଗେଇ ଦିଅ ଚୁନୁରୀ ତାର
ମିଟାଇ ଦେ ଏ କାଳିମା ଦାଗ

   ସୁଧାକର ସେଠୀ
ଜମ୍ବେଶ୍ବରପୁର,ବାଲେଶ୍ବର
  ୯୩୩୭୬୮୧୫୨୪



Sent from my Samsung Galaxy smartphone.

Post a Comment

0Comments
Post a Comment (0)