ହୋଲି - ନିବେଦିତା ମହାପାତ୍ର

ହୋଲି - ନିବେଦିତା ମହାପାତ୍ର

ଫଗୁଣ ଆସିଛି ଧରାକୁ ଧରି ରଙ୍ଗର ପସରା
ପ୍ରୀତି ରଙ୍ଗେ ତାର ସଭିଙ୍କୁ ରଂଗେଇବ ପରା।
କେତେ ରଙ୍ଗର ଅବିର ଧରି ଆସିଛି ହୋଲି
ନୂଆ ରୂପ ଦେଇ ବସୁଧାକୁ ସଜେଇବ ବୋଲି।
ଜାତି ଧର୍ମ ବର୍ଣ୍ଣର ଭେଦଭାବ ଦେବାକୁ ଦୁରେଇ
ଆସିଛି ଫଗୁଣ ନିଜକୁ ସପ୍ତ ରଂଗରେ ସଜେଇ।
ପୋଛି ଦେଇ ସବୁରି ମନରୁ ଛଳନାର ରଙ୍ଗ
କରି ଦେବ ମମତା ଶ୍ରଦ୍ଧା ସ୍ନେହରେ ଆବଦ୍ଧ।
ହିଂସା ଦ୍ବେଷ ରାଗ ଲୋଭ ମାନ ଅଭିମାନ
ପାସେରି ଦେଇ ସବୁ ବାନ୍ଧିବ ଭାବର ବନ୍ଧନ।
ହୃଦୟ କନ୍ଦରୁ ପୋଛି ହୀନ ଶତ୍ରୁତାର ଭାବ
ଭରି ଦେବ ଶାନ୍ତି ପ୍ରୀତି ମୈତ୍ରୀର ଆବେଗ।
ନାଲି ନୀଳ ସବୁଜ ଗୋଲାପି କେତେ ରଙ୍ଗ
ସବୁଠୁ ପବିତ୍ର ଅଟଇ ପରା ଅବିରର ରଙ୍ଗ।
ସେହି ରଙ୍ଗେ ଖେଳିବେ ହୋଲି ମଦନ ମୋହନ
ଦୋଳ ବିମାନେ ବସି କରିବେ ନଗର ଭ୍ରମଣ।
ସବୁ ମନେ ଲାଗିଲେ ପ୍ରୀତି ରଙ୍ଗର ଫୁଆର
ଗୋପ ପୁର ପାଲଟିବ ଏହି ସାରା ସଂସାର।
ଫଗୁଣରେ ଫଗୁ ଖେଳ ଲାଗି ଭାରି ମନୋହର 
ଭୁଲି ନିଜ ଅହଙ୍କାର ସଭିଏଁ ହୁଅନ୍ତି ଏକାକାର।

💗ନିବେଦିତା ମହାପାତ୍ର💗
🎭ମୁକୁନ୍ଦ ମିଶ୍ର ନଗର,ପୁରୀ🎭

0 Comments