ଅଭିନନ୍ଦନ - ଦିପ୍ତୀଲେଖା ମିଶ୍ର

ଅଭିନନ୍ଦନ - ଦିପ୍ତୀଲେଖା ମିଶ୍ର


ହେ ବୀର ଅଭିନନ୍ଦନ ବର୍ଦ୍ଧମାନ
ଧନ୍ଯ ତୁମର ଜୀବନ
ଧନ୍ଯ ବୀର ତୁମ ଜନ୍ମଦାତ୍ରୀ ଦ୍ବୟ
ବନ୍ଧା ଯାହାର ନୟନ ॥
        ଶତ୍ରୄ ଦେଶର ଗଣମାଧ୍ଯମ ଆଜି
        କରେ ତୁମକୁ ସଲାମ
        ଯୁଦ୍ଧକୁ ରୋକିବା ଲାଗି ତୁମେ ବୀର
        ହେଲ ସୁନ୍ଦର ମାଧ୍ଯମ ॥
ଜୟ ଯବାନ ହେ ଅମର ଯବାନ
ମୋର ଭାରତ ମହାନ
ଶତ୍ରୄ ଦେଶେ ତୁମେ ଗାଉଥିଲ ଗୁଣ
ଭାରତର ଜୟଗାନ ॥
         ଈତିହାସ ରଚିଲ  ଅଭିନନ୍ଦନ
         ମାର୍ଚ୍ଚ ମାସ ପହିଲାରେ
         ତ୍ରିରଙ୍ଗା ପତାକା ଉଡେ ଫରଫର
         ଆଜି ତୁମର ସ୍ମୃତିରେ ॥

ଦିପ୍ତୀଲେଖା ମିଶ୍ର, ବ୍ରହ୍ମପୁର

0 Comments