ପୁଲଓ୍ଵାମାରେ ଆତଙ୍କବାଦ
ଅଣଚାଶ ଜବାନ ଶହୀଦ
ସୋସିଆଲ ମିଡିଆରେ
ଅଗଣିତ ଫଟୋଚିତ୍ର ଭିଡିଓ ଓ ଲେଖା
ଲାଇକ କମେଣ୍ଟ ସେଆର ବଢୁଅଛି ସଂଖ୍ୟା ।
ଟିଭି'ରେ ଚାଲିଛି ବ୍ରେକିଙ୍ଗ ନିଉଜ
ପଡିନି ପଛରେ ଖବରକାଗଜ
ଟିଆରପି ପାଇବାକୁ ରୀତିମତ ଚେଷ୍ଟା
କାମଳ ସାମ୍ବାଦିକତାର କୁଚ୍ଛ୍ର ପରାକାଷ୍ଠା ।
ଦିନେ ଦୁଇଦିନପରେ ଭୁଲିଯିବା ସବୁ
ଦେବାଦେବୀ କ୍ଷୀରପିଆ ସେଆର କରିବୁ
ଭାଷଣମାରି ନେତାଏ ଭୋଅଟ ମାଗିବେ
ଜିତିକରି ପାଞ୍ଚବର୍ଷ ଆମକୁ ଲୁଟିବେ ।
କେତେ ପ୍ରଯୋଜକ ସ୍କ୍ରିପ୍ଟ କଲେଣି ପ୍ରସ୍ତୁତ
ବିଭିନ୍ନ ଭାଷାରେ କରାହେବ ଚଳଚ୍ଚିତ୍ର
ଭାରତୀୟ ମାନସିକତାକୁ ବ୍ଳାକମେଲ କରି
ବଢିବ ବ୍ଯାଙ୍କବାଲାନ୍ସ ଭରିବେ ଟ୍ରେଜେରୀ ।
ପାକିସ୍ଥାନୀ ମୋନା ସହ କରୁଛୁ ଡିବେଟ
ଉଚ୍ଚସ୍ଵର କରତାଳି ମିଛ ବାହାଷ୍ପୋଟ
ଏସା କରେଙ୍ଗେ ତେସା କରେଙ୍ଗେ କହୁ ବାରମ୍ବାର
ସାରାବିଶ୍ଵ ଜାଣିଲାଣି ଆମେ  ବାକ୍ଯବୀର ।
ପଦକ୍ଷେପ ନାଆଁରେ କେତେଙ୍କୁ ଧରିବା
ଜୋଇଁପୁଅପରି ନେଇ ତିହାରେ ରଖିବା
ଆଇଟି ସେଲଦ୍ଵାରା କାଳ୍ପନିକ ଛବି  ଜାରିହବ
ମୋଅଷ୍ଟ ଓ୍ଵାଣ୍ଟେଡକୁ ଧରେଇଲେ ଇନାମ ମିଳିବ ।
ଶହୀଦ ଜବାନଙ୍କୁ ନେଇ ଦେଶପ୍ରେମ ଉଛୁଳି ପଡୁଛି
ପୁତ୍ରହରା ମାତା ପିତୄହରା ଶିଶୁ ସ୍ଵାମୀହରା ପତ୍ନୀ କଥା କିଏ ପଚାରୁଛି ?
ଶହୀଦଙ୍କ ବର୍ତ୍ତମାନ ବଦଳରେ ଆମ ଭବିଷ୍ୟତ ସୁରକ୍ଷିତ
ଶହୀଦଙ୍କ ବେସାହାରା ପରିବାର ପାଇଁ ଆମେ କେବେ ହେଉନା ଚିନ୍ତିତ ।
ବାହାରଇ ଶୋଭାଯାତ୍ରା ଜଳଇ କ୍ଯାଣ୍ଡଲ
ଶୋକସଭା ନିନ୍ଦାବାର୍ତ୍ତା ମିଛଲୁହ ଗେଣ୍ଡୁଫୁଲ
ଏଇମୋର କରତବ୍ଯ ଏଇ ଦେଶପ୍ରେମ
ଅମର ଶହୀଦ ଘେନ ସଲିଳ ସଲାମ ।

ସଲିଳ କୁମାର ସ୍ଵାଇଁ, ଶିକ୍ଷକ
ସୁନ୍ଦରପୁର ପ୍ର ଉ ପ୍ରା ବିଦ୍ୟାଳୟ