
ଦିବସ ରଜନୀ ସୀମାନ୍ତରେ ରହି
ଦେଶକୁ ସୁରକ୍ଷା ଦିଏ
ଧନ୍ୟ ସେ ଯବାନ ସବୁଠୁ ମହାନ
ତା'ପରି ହେବ କିଏ - - - -
ଟାଇଁଟାଇଁ ଖରା ଭୀଷଣ ବରଷା
ଶୀତ ବନ୍ୟା ବାତ୍ୟା ଝଡ
ପାଗ ଅନୁକୂଳ ଅବା ପ୍ରତିକୂଳ
ତା ପାଇଁ କରମ ବଡ ।
ନିଜ ଜୀବନଠୁ ଜନମ ମାଟିକୁ
ଅଧିକସେ ଭଲ ପାଏ
ଧନ୍ୟସେ ଯବାନ ସବୁଠୁ ମହାନ
ତାପରି ହେବ କିଏ - - - -
ରକତର ନଦୀ ବୁହାଇ ଦିଏସେ
ଶତ୍ରୁର ଛାତିକୁ ଚିରି
ଦେଶର ନାଁ କୁ ଝଲସାଇ ଦିଏ
ଜୀବନକୁ ମୂର୍ଚ୍ଛା କରି ।
ବିର ଯବାନ ସେ ତା କରମ ବଳେ
ମରିବି ଅମର ହୁଏ
ଧନ୍ୟସେ ଯବାନ ସବୁଠୁ ମହାନ
ତାପରି ହେବ କିଏ - - - -
ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା