OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ପୁଲଓ୍ଵାମା ବିଭିଷିକା - ସଦାନନ୍ଦ ସାହୁ

ପୁଲଓ୍ଵାମା ବିଭିଷିକା - ସଦାନନ୍ଦ ସାହୁ

 
ହେ'ମାଆ ଭାରତୀ ଢାଳୁଛି ପ୍ରଣତୀ
       ଶ୍ରଦ୍ଧାର ସୁମନ  ଅଶ୍ରୁ
ନୀରବ ନିଶ୍ଚଳ  ତୋ'ର ମହାବକ୍ଷ
      ଶୋଇଛି ଅଜାତଶତୃ  ! !

ଆତଙ୍କ ବିପଦ   ଚିର ସହଚର
      ପଡୋଶୀ ବଡ଼ ବଇରୀ
 ପୁଲଓ୍ଵାମା ଦୁଃଖ ଭରିଦେଲା କୋହ
       ଲୁହଲହୁ    ଏକାକରି ! !

  ଆତ୍ମଘାତୀ ମତି  ପାକିସ୍ଥାନୀ ଛବି
       ଜାଣିଛି   ଏ'ସାରାଵିଶ୍ଵ
 କପଟି କୁବୁଦ୍ଧି    ଆସେ ଲୁଚିଛପି
      କରିବାକୁ ସଵୁ ଧ୍ଵଂସ    ! !

ଆତଙ୍କ ବିପଦ    କ୍ରୁରତା ଭୀଷଣ
        ସୁପୁତ୍ର ହରାଏ ମାତ
ଦେଶର ଯବାନ  ମାଆ ଗଣ୍ଠିଧନ
       ହୃଦହୁଏ     ବିଦାରିତ  ! !

ସୈନୀକ  ସଂହାର  ସୀମା ଉଲଂଘନ
       ତୁଟିଗଲା  ସଵୁ ଧର୍ଯ୍ୟ
ରହ ପାକିସ୍ଥାନ ଭୋଗିବୁ କଷଣ
 ବଳି ଦାନ ନୁହେଁ ବ୍ୟର୍ଥ  ! !

ମାୟା ରଚନାର ମୂଳ ସୁତ୍ରଧର
      ଅହମଦ   ସଂଗଠନ
ପାକିସ୍ଥାନ ଦେଶ    ଦିଏ ପ୍ରୋତ୍ସାହନ
     ନର ସଂହାରରେ ମନ  ! !

କେତେ ପରିବାର  ହେଲେ ହୀନିମାନ
       ତୁ'କାହୁଁ ବୁଝିବୁ  ଯମ
ତୋ ଆତଙ୍କି ହମଲା ବିସ୍ଫୋଷ୍ଟକ ବୋମା
    ସହିବନି କେବେ  ଧର୍ମ  ! !

ଖଣ୍ଡ ବିଖଣ୍ଡିତ  ନିଶ୍ଚିହ୍ନ ଶରୀର
     ଚିହ୍ନି ହେଉ ନାହିଁ ଶଵ
ଯଦିତୁ' ସକ୍ଷମ  ସମ୍ମୁଖରୁ ଲଢ
   ଦେଖିବୁ ତୁ'  ବଳଦମ୍ଭ  ! !

କାପୁରୁଷ ପରି ଲୁଚି ଛପି ଆସି
     କରୁଛୁତୁ   ବିସ୍ଫୋରଣ
ଏକି  ବାହାଦୁରୀ  ହେ'  ଆତଙ୍କିସ୍ଵଭାବି
      ଯୁଦ୍ଧ କ୍ଷେତ୍ରେ କର ରଣ  ! !

ମାଆର ପଣତ ଭିଜିଛି ରକତେ
      ପତ୍ନୀର  ଭିଜିଛି  ଲୁହେ
ସନ୍ତାନ ସନ୍ତତି  କାନ୍ଦୁଛନ୍ତି  ଝୁରି
    ଫେରିଆସ ପାପା' ଆହେ ! !

ଶେଷ ଶ୍ରଦ୍ଧାଞ୍ଜଳି   ଅର୍ପଣ କରୁଛି
      ହେ'ବୀର ଯବାନ ସୁତ
ପୁଣି ଆଉଥରେ  ଜନ୍ମିବ ଭାରତେ
       ଝୁରୁଛି ଭାରତ ମାତ    ! !

ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ, କଟକ

0 Comments