ଈଶ୍ଵରଙ୍କ ପାଖେ ଅଳି - କେ. ନିର୍ମଳ

ଈଶ୍ଵରଙ୍କ ପାଖେ ଅଳି - କେ. ନିର୍ମଳ


ଅଳିଆ ଗଦାରେ ଉତ୍ପତ୍ତି ମୋହରି
ମୋର କିବା କେଉଁ ଘର ?
ନ ଖାଇ ଯଦି ମୁଁ ଅନାହାର ରହେ
ଭରସା କିଏ ମୋହର ।

ଈଶ୍ଵରଙ୍କ ପାଖେ ଅଳି କରେ କେତେ
ମନ୍ଦିର ଦୁଆରେ ବସି,
ସାହା ହେବୁ ପ୍ରଭୁ କାଳିଆ ଠାକୁରେ
ମୋ ଦୁଃଖର ସାଥେ ମିଶି ।

ଯେଉଁ ବାପା ମା' ଫିଙ୍ଗିଥିଲେ ମୋତେ
ଅଳିଆ ଡବାରେ ନେଇ,
ଧନ୍ୟ ସେହି ପିତା ଧନ୍ୟ ସେହି ମାତା
ଧିକ୍ ତାଙ୍କ ଜନ୍ମ ଥାଇ ।।

ବିଶ୍ଵାସରେ ସିନା ବିଷ ଭରିଦେଲ
ଭାବିନେଲ ମୁହିଁ ଝିଅ,
ସେହି ଝିଅ ଦିନେ ବଡ ହୋଇ ନିଶ୍ଚେ
ପୋଛିଦେବ ଆଖି ଲୁହ ।

ସବୁ ପୁଅ ଏଠି ସମାନ ନୁହଁନ୍ତି
ଅଛନ୍ତି କିଛି ଅଙ୍ଗାର
ସେହି ପୁଅ ପରା ବୁଢା ବୟସରେ
କରନ୍ତି ବି ଅତ୍ୟାଚାର ।

ଯଦି ଝିଅଟିଏ ବଞ୍ଚି ରହିଥିବ
ଆସି ଦେଖିଯିବ ସେହି ..
ଅତ୍ୟାଚାର କେବେ ଦେଖି ସେ ପାରିବ
ରଖିବ ପାଖରେ ନେଇ ।

ବେଳ ଥାଉ ଥାଉ ସାବଧାନ ହୁଅ
ଆଜିକାର ବାପ ମାଆ
ଝିଅଟିଏ ପରା କୁଳର ଦୁହିତା
ସର୍ବ ଶକ୍ତି ... ସର୍ବଂସହା !!

କେ. ନିର୍ମଳ
ଭଦ୍ରକ, ବାସୁଦେବପୁର (ଜଗନ୍ନାଥି)

0 Comments