
ଖୋଜି ଖୋଜି ହେଲିଣି ନୟାନ୍ତ
ମୋର ସେ ପ୍ରେମିକକୁ କାହିଁ କେତେ ଦିନରୁ
ଘରର ବାରିରୁ ଦାଣ୍ଡ ଯାଏଁ
ରାସ୍ତାରୁ ନଦୀ ଯାଏଁ
ନଦୀରୁ ପାହାଡ ଯାଏଁ
ପାହାଡରୁ ସରଗ ଯାଏଁ
ତଥାପି କେଉଁଠି ପାଉନାହିଁ ।
ପ୍ରକୄତିର ଲୋଭରେ ପଡିଗଲା
ନା କେଉଁ ସୁନ୍ଦରୀ ପଛରେ
ନା କେଉଁ ବସ୍ତୁ ସହ ମଜିଗଲା
ନା ସମୁଦ୍ର ଗର୍ଭରେ ହଜିଗଲା ।
ତୁମେ ଯେଉଁଠି ବି ଥାଅ
ଆଜି ବି ମୋ ହୄଦୟରେ ଅଛ
ମୋ ମନ ମନ୍ଦିରରେ ଅଛ
ମୋ ସପନରେ ନୀତି ଆସୁଛ ।
ଦୀପ୍ତିଲେଖା ମିଶ୍ର, ବ୍ରହ୍ମପୁର, ଗଞ୍ଜାମ