କ୍ଷୁଦ୍ରଗଳ୍ପ - ଗପ ହେଲେ ବି ସତ - ଶ୍ରୀମତୀ ଦିପ୍ତୀଲେଖା ମିଶ୍ର

କ୍ଷୁଦ୍ରଗଳ୍ପ - ଗପ ହେଲେ ବି ସତ - ଶ୍ରୀମତୀ ଦିପ୍ତୀଲେଖା ମିଶ୍ର


ଦିପା ନାମରେ ଅଠର ବର୍ଷର ଝିଅଟି ମହାବିଦ୍ୟାଳୟରେ ପଢୁଥାଏ । ତାର ସବୁ ବନ୍ଧୁମାନେ ଜଣ ପରେ ଜଣେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । କିନ୍ତୁ ଦିପା କାହାକୁ ଆଖି ଉଠାଇ ବି ଦେଖୁନଥିଲା । ଆଶ୍ଚର୍ଯ୍ୟ ହେଉଥିଲା ତାର ବନ୍ଧୁ ଦୀପୁ । ଦିନେ ଏମିତି କହୁ କହୁ ଦୀପୁ ମୋବାଇଲ୍ ରେ ମେସେଜ୍ କଲା ଦିପା ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ମୋତେ ବିବାହ କରିବ କି  ?

- ଦିପା କହିଲା ଦିପୁ ଦୟାକରି  ମୋତେ କ୍ଷମା କରିଦେବ ।

- ଦିପୁ ପଚାରିଲା ଦିପା ତା ହେଲେ କୁହ ତୁମେ କେଉଁ ଭଳି ପୁଅ ପସନ୍ଦ କରିବ ? ତୁମେ ଯେମିତି କହିବ ସେଭଳି ଯୋଗ୍ୟ ବର ଖୋଜିଆଣିବାର ପ୍ରୟାସ କରିବି । କାରଣ ମୁଁ ତୁମ ଓଠରେ ହସ ଚାହେଁ ।

- ଦିପା କହିଲା ଧନ୍ୟବାଦ ଦିପୁ କିନ୍ତୁ ତୁମକୁ  ମୋ ପାଈଁ କୌଣସି କଷ୍ଟ କରିବାକୁ ପଡିବନି । କାରଣ ମୁଁ ବିବାହ କରିବାକୁ ଚାହେଁନି ।
       
- ଦିପୁ କହିଲା ତୁମର ପ୍ରକୄତ ବନ୍ଧୁ ବୋଲି ଯଦି ଭାବୁଥାଅ ତା ହେଲେ ତୁମ ଅନ୍ତରର କଥା ଦୟାକରି କୁହ । ମୁଁ ତୁମ ବିବାହ କରିକି ହିଁ ରହିବି  । ତୁମେ ଏତେ ସୁନ୍ଦର, ଏବେ ତ ସରକାରୀ ଚାକିରି ଖଣ୍ତେ ବି ପାଇଗଲଣି । ତୁମକୁ ବିବାହ ଈଛ୍ଥା କାହିଁକି ନୁହଁ ??
        
- ଦିପା କହିଲା ଗୋଟିଏ କାହାଣୀ ଶୁଣ ତା ପରେ କହିବି କାରଣ କଣ ? କିନ୍ତୁ ତୁମେ ମୋ କାହାଣୀ ଶୁଣିବାକୁ ବେଳ ଅଛି ତ ?
- ଦିପୁ କହିଲା ଆରେ ଏହି ଦିନଟି, ଏହି କାହାଣୀଟି ଶୁଣିବାକୁ ତୁମ ସହ ଏତେ ବାଟ ଚାଲିଆସିଛି... ନ ଶୁଣିବି କେମିତି ? କହିବା ଶୀଘ୍ର ଆରମ୍ଭ କର । ମୋର ଧୈଯ୍ୟ ଆଉ ନାହିଁ । କୁହ ଦିପା ଜଲ୍ଦି କୁହ । ଦିପା ର କାହାଣୀ ଆରମ୍ଭ ହେଉ ନ ହେଉଣୁ ବୋତଲଟି ଶୁଦ୍ଧଜଳ ପିଇଦେଲାଣି ଦିପୁ ।

- ଦିପା କହିଲା ଶୁଣିବତ???
- ଦିପୁ ପୁଣି କହିଲା ଡେରି ନ କରି କୁହ ।
- ଦିପା କହିଲା ଶୁଣ ତା ହେଲେ....
       
ଦିପିକା ଓ ଦିପକ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଇଲେ ଯେମିତି ମେଘକୁ ବର୍ଷା ଭଲ ପାଏ । କିଏ ବି ପସନ୍ଦ କରୁନଥିଲେ ଏ ଦୁହିଁଙ୍କର ପ୍ରେମକୁ । କିଛିଦିନ ପରେ ଦୁହେଁ ଅତି କଷ୍ଟରେ ଘରଲୋକଙ୍କୁ ବୁଝାବୁଝି କରି ବିବାହ କରିଥିଲେ । ଏମିତି କିଛି ଦିନ ପରେ ଅନ୍ତଃସତ୍ତ୍ବା ହେଲେ ଦିପିକା । ଛଅ ବର୍ଷ ମଧ୍ୟରେ ପାଂଚଟି ଶିଶୁ କନ୍ୟାର ପିତା ମାତା ହେବାର ସୌଭାଗ୍ୟ ଅର୍ଜନ କରିପାରିଥିଲେ । କିନ୍ତୁ ଦିପକ କେବେ ବି ଝିଅମାନଙ୍କୁ ଗ୍ରହଣ କରୁନଥିଲା  । ଦିପିକା ପୁଣି ଗର୍ଭବତୀ ହେବାରୁ ଦିପକ କହିଲା ଶୁଣ ଦିପିକା ଏଥର ଯଦି ତୁମର ପୁଅ ଜନ୍ମ ନ ହୁଏ ତା ହେଲେ ତୁମ ଓ ମୋ ଭିତର ସଂପର୍କ ସାରିଦେବାକୁ ହେବ । କିନ୍ତୁ ଦୁର୍ଭାଗ୍ୟବଶତଃ ପୁଣି ଝିଅ ହିଁ ଜନ୍ମ ହେଲା । ତାକୁ ଦିପକ ରାତିରେ ଚୋରିକରି ଜଙ୍ଗଲରେ ଛାଡି ଆସିଲା । ପୁଣି ପରଦିନ ସକାଳେ ଦେଖିଲା ପିଲାଟିକୁ କେହି ବି ନେଈନାହାଁନ୍ତି । ଏମିତି ଚାରିଦିନ ଲଗାତାର ଜଙ୍ଗଲରେ ଛାଡୁଥାଏ ଆଉ ପୁଣି ପରଦିନ ସକାଳେ ଆଣି ବନ୍ଧୁ ଘରେ ରଖୁଥାଏ । ଏପଟେ ମାଆ ବହୁତ ଖୋଜୁଥାଏ  । ସ୍ବାମୀକୁ ସନ୍ଦେହ କରି କରି ଦିପିକା ଭାବିଲା ପୋଲିସ୍ ରେ ଏତଲା ଦେବ । ଠିକ୍ ସେତିକି ବେଳେ ଦିପକ ଭାରୀ ବିରକ୍ତ ହୋଇ ଝିଅଟିକୁ ଘରକୁ ଆଣିଦେଲା ଏବଂ ସମସ୍ତଙ୍କୁ ସତ ସତ କହିଦେଲା । ଏମିତି କିଛି ଦିନାନ୍ତେ ପୁଣି ଦିପିକାର ପାଂଚୋଟି ପୁଅ ଜନ୍ମ ହେଲେ । ଗୋଟିଏ ପୁଅ ଜନ୍ମ ହେଲେ ଗୋଟିଏ ଝିଅ ମରିଯାଉଥାଏ  । ପରେ ଜୀବନ ସାଥି ଦିପିକା ବି ଈହଧାମ ଛାଡିଗଲେ ।

ଏବ ପାଂଚ ପୁଅ ଓ ଝିଅ ସହ ରହୁଥିଲେ ଦିପକ । ସମସ୍ତେ ନିଜ ନିଜ ପସନ୍ଦରେ ବାହା ହୋଈ ଅଲଗା ରହିଲେ । ବାପା ଝିଅ ଏଥର ଏତେ ବଡ ଘରେ ଏକୁଟିଆ । ପୁଅ ବୋହୁ ମଝି ମଝିରେ ବୁଲିବାକୁ ଆସି ଭଲମନ୍ଦ ବୁଝି ପୁଣି ଭଡାଘରକୁ ଚାଲିଯାନ୍ତି । ଦିପକ ଭାରୀ ଦୁର୍ବଳ ହୋଈପଡିଛନ୍ତି । ନିଜ କାମ ଆଉ କରିପାରୁନାହାଁନ୍ତି  । ଯେଉଁ ଝିଅକୁ ଭୋକ ଶୋଷରେ ରଖି ଜଙ୍ଗଲରେ ଛାଡିଆସୁଥିଲେ ଦିପକ ସେଈ ଝିଅ ଏବେ ଘରର ସବୁକଥା ବୁଝେ । ବାପା ମାନେ ଦିପକ ବାରମ୍ବାର କ୍ଷମା ମାଗୁଥିଲେ ଝିଅକୁ । କାନ୍ଦି କାନ୍ଦି କହୁଥାନ୍ତି ଝିଅ ତୋତେ ବୋଝ ଭାବି ପଶୁ ଭଳି ବ୍ୟବହାର କରିଛି  । ହେଲେ ଆଜି ମୁଁ ତୋ ପାଈଁ ବୋଝ ହେଇଯାଈଛି । ମୁଁ ଏକୁଟିଆ ହୋଈଯିବି ଭାବି ନ ବାହା ହୋଈ ସବୁ ସୁଖକୁ ପାଉଁଶ କରି ମୋ ସେବାରେ ଲାଗିଛୁ ।

ମୁଁ ହେଉଛି ସେ ଅଲକ୍ଷଣୀ, ଅଭାଗିନୀ ଝିଅ ଦିପା । ମୋ ବାପା, ମୋ ପାଈଁ ଭଗବାନ ଏଣୁ ତାଙ୍କ ସେବା ବ୍ୟତିତ ମୋତେ କିଛି ଦିଶୁନି । ଦିପୁ କହିଲା ସବୁ ପରେ ବି ମୁଁ ତୁମକୁ ଆପଣାର କରି ତୁମ ସହ ରହିବାକୁ ଚାହେଁ । ତୁମେ ମୋ ଆଖି ସାମନାରେ ବହୁତ ବଡ ଲାଗୁଛ । ଆଇ ଲଭ୍ ୟୁ ଦିପା ।

ଦିପ୍ତୀଲେଖା ମିଶ୍ର, ବ୍ରହ୍ମପୁର

0 Comments