OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ଗଛ ଆମର ମିତ - ପ୍ରେମଶିଳା ରାଉତ

ଗଛ ଆମର ମିତ - ପ୍ରେମଶିଳା ରାଉତ


ଯା’ ଲାଗି ଆଜିରେ ବଂଚିଛୁ ସଭିଏଁ
ଏ ସୁନ୍ଦର ମୟ ଜଗତେ
ଜୀବନ ଦେଉଛି ଜୀବନ ରଖୁଛି
ଅଛି ପାଖେ ଆମ ସହିତେ    ।
ବହୁ ଉପକାରୀ ଆମ ପାଇଁ ସିଏ
ଆମ ପାଇଁ ଦିଏ ଜୀବନ
ସବୁକିଛି ତା’ର ବାଜି ଲଗାଏ
ରଖିବାକୁ ଆମ ପରାଣ    ।
ପ୍ରଚଣ୍ଡ ଖରାରେ ବିଛେଇ ଦିଏ ସେ 
ତା’ ଦେହର ବିରାଟ ଛାଇ
ପଥ ର ପଥିକ ଯାଉଥିବା ବେଳେ
ଅଟକେ ତା’ ପାଖକୁ ଯାଇ  ।
ଦେହରୁ ତାହାର କାଠ ଦେଇଥାଏ
ଜଳେଇବା ପାଇଁ ଯେ ନିଆଁ     
ରୋଷେଇ ପାଇଁ ତ ଲୋଡା ହୋଇଥାଏ
ଖୋଜଇ ନିତି ମୋର ମାଆ   ।
ଶୀତ ଦିନରେ କାଠ ଜଲାଇ ଆମେ
କରୁ ଶୀତର ନିବାରଣ
ସତରେ ଗଛତୁ କେତେ ଉପକାରୀ
କହିଲେ ସରେନି ତୋ ଗୁଣ   ।
ଫୁଲଫଳ ପତ୍ର ଦେଇଥାଉ କେତେ
ଲାଗୁ ସବୁବେଳେ ସେବାରେ
ଆମରି ପାଇଁ ତୁ କେତେ ଯେ ମହାନ
କହି ହେବନାହିଁ କଥାରେ   ।
ତୁ ଅଛୁ ବୋଲି ତ ଆକାଶରୁ ଝରେ 
ବିନ୍ଦୁ ବିନ୍ଦୁ ବରଷା ରାଣୀ
ତୋ ତଳେ କେତେ ଯେ ଆଶ୍ରୟ ନିଅନ୍ତି
ହାତୀଘୋଡା, ବାଘ ବାଘୁଣୀ  ।
ତୋ ଡାଳ ଉହାଡେ ବସା ବାନ୍ଧିଥାନ୍ତି
କେତେ ପକ୍ଷୀ କୀଟପତଙ୍ଗ
ସଭିଙ୍କର ତୁହି ବାସସ୍ଥଳୀ ଅଟୁ
ସମସ୍ତେ ତୋର ସାଥି ସାଙ୍ଗ     ।
ତଥାପି ରେ ଗଛ ଆଜିର ମଣିଷ
କାଟୁଅଛି ତୋତେ ନୀଇତି
ନ ଭାବିକି ତୋର ସେବାର ତ୍ୟାଗକୁ
କଷ୍ଟ ଦେଉଛି ଦିନ ରାତି   ।
କେବେ କରେ ତୋତେ ଖଣ୍ଡ ବିଖଣ୍ଡିତ
କେବେ ହାଣି କେବେ ଜଲାଏ
ହେଜେ ନାହିଁ  ତୋର ଅନୁପସ୍ଥିତିକୁ
ତଥାପି ତୋ ଜୀବନ ନିଏ    ।
ତୋ ବିନୁ ଜୀଇବା ନୁହଇ ସମ୍ଭବ
ବୁଝେନି ଏ ମାନବ ଜାତି   
କାଟି ହାଣି ତୋତେ ମାରି ଦେଇଥାଏ
କରେ ପରିବେଶର କ୍ଷତି      ।
ଆସ ଆଜି ସବୁ ଭାଇ ଓ ଭଉଣୀ
ପରିବେଶ ରକ୍ଷା କରିବା
କାଟିବା ନି ଗଛ ଲଗେଇବା ଚାରା
ଗଛକୁ ସୁରକ୍ଷା ଦେବା   ।
ଗଛ ଯେ ଆମର ଅଟେ ସବୁକିଛି
ସେ ଆମର ଜୀବନ ମିତ
ତା ପାଇଁ ଆମେ ତ ବନ୍ଚିଛୁ ସଭିଏଁ
ଜାଣ ଏହା  ନିରାଟ ସତ   ।

ପ୍ରେମଶିଳା ରାଉତ
ବୃନ୍ଦାବାହାଲ, ଗୋଲମୁଣ୍ତା, କଳାହାଣ୍ତି

0 Comments