
ମହାବିଦ୍ୟାଳୟ ପରୀକ୍ଷାଗାରରେ
ତୁମ ସାଥେ ହେଲା ଦେଖା
ସେବେଠୁ ତୁମକୁ ଥରେ ନଦେଖିଲେ
ଲାଗେ ଭାରି ଏକା ଏକା ॥୧॥
ଅବୁଝା ଅବୁଝା ହୋଇ ପ୍ରିୟତମା
ସହଜରେ ଗଲ ବୁଝି
ଅପବାଦର ସେ କରଜ ଗୁଡାକ
ପ୍ରେମରେ ଦେଲ ଗୋ ସୁଝି ॥୨॥
ମନ ରାଇଜର ରାଜାଟେ ସଜାଇ
ମତେ ଭଲ ପାଉଥିଲ
ଦୁଇଦିନ ପରେ ଭୁଲିଯାଅ ବୋଲି
ମୋ କାନରେ କହି ଗଲ ॥୩॥
ଭାବିଥିଲି ମନେ ପୂଜାରୀ ସାଜିବି
ତୁମକୁ “ଦେବୀ” ସଜାଇ
ସପନ ସରିଲା ନିଦ ଭାଙ୍ଗିଗଲା
ପୂଜା ମୋ ଭାଗ୍ୟରେ ନାହିଁ ॥୪॥
ଶିବାଜୀ ବାହିନୀପତି
କୁଣ୍ଡିଲୋ, କେରଙ୍ଗ, ଖୋରଧା