ଗଛ ଆମର ମିତ - ପ୍ରେମଶିଳା ରାଉତ

ଗଛ ଆମର ମିତ - ପ୍ରେମଶିଳା ରାଉତ


ଯାଲାଗି ଆଜିରେ ବଂଚିଛୁ ସଭିଏଁ
ଏ ସୁନ୍ଦର ମୟ ଜଗତେ
ଜୀବନ ଦେଉଛି ଜୀବନ ରଖୁଛି
ଅଛି ପାଖେ ଆମ ସହିତେ    

ବହୁ ଉପକାରୀ ଆମ ପାଇଁ ସିଏ
ଆମ ପାଇଁ ଦିଏ ଜୀବନ
ସବୁକିଛି ତାର ବାଜି ଲଗାଏ
ରଖିବାକୁ ଆମ ପରାଣ    

ପ୍ରଚଣ୍ଡ ଖରାରେ ବିଛେଇ ଦିଏ ସେ
ତାଦେହର ବିରାଟ ଛାଇ
ପଥ ର ପଥିକ ଯାଉଥିବା ବେଳେ
ଅଟକେ ତାପାଖକୁ ଯାଇ  

ଦେହରୁ ତାହାର କାଠ ଦେଇଥାଏ
ଜଳେଇବା ପାଇଁ ଯେ ନିଆଁ     
ରୋଷେଇ ପାଇଁ ତ ଲୋଡା ହୋଇଥାଏ
ଖୋଜଇ ନିତି ମୋର ମାଆ   

ଶୀତ ଦିନରେ କାଠ ଜଲାଇ ଆମେ
କରୁ ଶୀତର ନିବାରଣ
ସତରେ ଗଛତୁ କେତେ ଉପକାରୀ
କହିଲେ ସରେନି ତୋ ଗୁଣ   

ଫୁଲଫଳ ପତ୍ର ଦେଇଥାଉ କେତେ
ଲାଗୁ ସବୁବେଳେ ସେବାରେ
ଆମରି ପାଇଁ ତୁ କେତେ ଯେ ମହାନ
କହି ହେବନାହିଁ କଥାରେ   

ତୁ ଅଛୁ ବୋଲି ତ ଆକାଶରୁ ଝରେ  
ବିନ୍ଦୁ ବିନ୍ଦୁ ବରଷା ରାଣୀ
ତୋ ତଳେ କେତେ ଯେ ଆଶ୍ରୟ ନିଅନ୍ତି
ହାତୀଘୋଡା, ବାଘ ବାଘୁଣୀ  

ତୋ ଡାଳ ଉହାଡେ ବସା ବାନ୍ଧିଥାନ୍ତି
କେତେ ପକ୍ଷୀ କୀଟପତଙ୍ଗ
ସଭିଙ୍କର ତୁହି ବାସସ୍ଥଳୀ ଅଟୁ
ସମସ୍ତେ ତୋର ସାଥି ସାଙ୍ଗ     

ତଥାପି ରେ ଗଛ ଆଜିର ମଣିଷ
କାଟୁଅଛି ତୋତେ ନୀଇତି
ନ ଭାବିକି ତୋର ସେବାର ତ୍ୟାଗକୁ
କଷ୍ଟ ଦେଉଛି ଦିନ ରାତି   

କେବେ କରେ ତୋତେ ଖଣ୍ଡ ବିଖଣ୍ଡିତ                      
କେବେ ହାଣି କେବେ ଜଲାଏ
ହେଜେ ନାହିଁ  ତୋର ଅନୁପସ୍ଥିତିକୁ
ତଥାପି ତୋ ଜୀବନ ନିଏ    

ତୋ ବିନୁ ଜୀଇବା ନୁହଇ ସମ୍ଭବ
ବୁଝେନି ଏ ମାନବ ଜାତି   
କାଟି ହାଣି ତୋତେ ମାରି ଦେଇଥାଏ
କରେ ପରିବେଶର କ୍ଷତି      

ଆସ ଆଜି ସବୁ ଭାଇ ଓ ଭଉଣୀ
ପରିବେଶ ରକ୍ଷା କରିବା
କାଟିବା ନି ଗଛ ଲଗେଇବା ଚାରା
ଗଛକୁ ସୁରକ୍ଷା ଦେବା   

ଗଛ ଯେ ଆମର ଅଟେ ସବୁକିଛି
ସେ ଆମର ଜୀବନ ମିତ
ତା ପାଇଁ ଆମେ ତ ବନ୍ଚିଛୁ
ସଭିଏଁ  ଜାଣ ଏହା  ନିରାଟ ସତ   

0 Comments