ପ୍ରଣମ୍ୟ ହେ ନ୍ୟାୟ - ପ୍ରଣତି ମହାପାତ୍ର

0
ତୁ ଆଜି ବନ୍ଧା ପଡିଯାଇଛୁ
ଅନ୍ୟାୟ ପାଖରେ,
ତୋତେ ଜନ ଜଗତକୁ ଆଣୁଥିବା
ତୋ ଶିଷ୍ୟ ଉପହାସିତ।
ତଥାପି ତୁମେ ନ୍ୟାୟ।

ଅସତ୍ୟ ବାଦଲରେ ସମ୍ପୂର୍ଣ୍ଣ ଭାବେ
ଲୁକ୍କାୟିତ ତୁ ଆଜି,
ତୁ ତ କେବେ ଆତ୍ମଗୋପନ କରୁନା,
ହେଲେ ,
କିଏ ତୋତେ ବନ୍ଦୀ କରିଛି?

ଅପନିନ୍ଦାର ମୋକଟ ଆଜି
ମଥାରେ ପିନ୍ଧେ,
ଯିଏ ତୋତେ ମହାଗୁରୁ ର
 ଆସନେବସାଇ ଥାଏ।
ତଥାପି
ଯେତେ ଯାହା ହେଉ
      ତୁମେ ପରା ସତ୍ୟ।
 ସତ୍ୟକୁ ଲୋକଲୋଚନକୁ ଆଣି
ହୋଇଛି ମୁଁ ନିର୍ବାସିତ,
ଅନ୍ୟାୟ ର ପ୍ରତିବାଦ କରି
ହରେଇଛି
ସ୍ଵଅର୍ଜିତ ଆସନ ।
ପରାଜିତ, ଅସଫଳ,ଅଯୋଗ୍ୟ ର
ମୋହର ବସି ଯାଇଛି ପିଠିରେ।
ଲୁଚେଇ ଲୁଚେଇ ଆଖିରୁ
ଅମାନିଆ ଲୁହ ସବୁ ପୋଛେ,
ସ୍ମୃତି, ମୂହୁର୍ତ୍ତ ଗୁଡା ଖତେଇ ହୁଅନ୍ତି।
କଣ ପାଇଲି,
କେତେ ହରେଇଛି ?
ନିଜ ପାଇଁ ତ କିଛି ନ ଥିଲା।
କିଏ ଫେରେଇବ;
ହୃତ ଗୌରବ କୁ।
ଅଭୁଲା ସମୟକୁ।
କେମିତି ଲିଭିବ ଏ ଅପନିନ୍ଦାର
ମଥାର ତିଲକ ।
ଶୁଣିଥିଲି ଗୋଟେ ସଭାରେ ତ ଦିନେ
ଅନ୍ୟାୟ ର କର ସ୍ଵରୋତ୍ତଳନ,
ସତକୁହ ଥରେ ସତକୁହ ତ
ପ୍ରତିବାଦ କରି ଅନ୍ୟାୟ ବିରୁଦ୍ଧେ
ତିଷ୍ଠି ରହିଛି କେ କେତେ ଦିନ?
ଆଜି ସତ୍ୟ ହଜିଯାଇଛି
  ମିଥ୍ୟାର ହାଟରେ,
ନ୍ୟାୟ ବନ୍ଦୀ ପୁଣି
ଅନ୍ୟାୟ ପାଖରେ।
ଅପେକ୍ଷା ତଥାପି
ଦିନେ ନା ତା'ର ଜିତାପଟ ହେବ।
ପ୍ରଣମ୍ୟ ହେ ନ୍ୟାୟ
ପ୍ରଣମ୍ୟ ହେ ନ୍ୟାୟ।

ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର

Post a Comment

0Comments
Post a Comment (0)