
ଗମିନାହିଁ କେବେ ରଣ କ୍ଷେତ୍ରେ ମୁହିଁ
ଗମିନାହିଁ କୁରୁକ୍ଷେତ୍ରେ।
ଧରିନାହିଁ କେବେ ତୀକ୍ଷ୍ନ ତରବାରୀ
ଧନୁ ମୁଁ ଧରିନି ହସ୍ତେ।।
ନୁହେଁ ମୁଁ କୌନ୍ତେୟ ନୁହଁଇ ରାଧେୟ
ନୁହଁଇ ମୁଁ ସୁତ ପୁତ୍ର।
ଧନୁ ମୁଁ ଧରିନି ନୁହେଁଇ କ୍ଷତ୍ରିୟ
ନୁହେଁ ମୁହିଁ ରବି ସୁତ।।
ସାରା ଜଗତରେ କର୍ଣ୍ଣ ନାମରେ
ବିଦିତ ହୋଇଛି ମୁହିଁ।
ସର୍ବଜନଠାରେ ଯୁଗଳ ରୂପରେ
ଜନମ ଲଭିଛି ମୁହିଁ।।
ଜାଣିଅଛ ନିଶ୍ଚେ ନାମକୁ ମୋହର
ସଂସାରର ସୁଧିଜନ।
ଶ୍ରବଣ ଇନ୍ଦ୍ରିୟ ନାମରେ ଶୋଭିତ
ନାମ ଅଟେ ମୋର କାନ।।
ଜୟସେନ ପ୍ରଧାନ
ମାଳତେନ୍ତୁଳିଆ, ପୋଲସରା, ଗଞ୍ଜାମ