
ତୁମେ ଭୀରୁ..କାପୁରୁଷ
ତୁମେ ଏକ ଖଳନାୟକ
ଲୁଚିଛପି ନରଦେହେ ଆସ ଯେବେ ମାଡି
କ୍ଷୀଣ ହୁଏ ତା ତନୁ
ରକ୍ତ ମାଂସ ଶରୀରଟା ଅସନ୍ତୁଳିତ ହୁଏ
ଧିରେ ଧିରେ କର ମୁମୂର୍ଷୁ
ଗୁପ୍ତରେ ନେଇଯାଅ ଦୁର୍ଲଭଜୀବନ॥
ହେ ବିସ୍ଫୋରକ ମଧୁମେହ
ସ୍ରଷ୍ଟାର ସୃଷ୍ଟି ଏ ମାନବ
ସୁନ୍ଦର ତା ସ୍ଥୂଳଶରୀରରୁ ଏକ ଗ୍ରନ୍ଥି ଅଗ୍ନ୍ୟାଶୟ
ଯେବେ ବି ହୁଏ ଅସୁସ୍ଥ ଦୁର୍ବଳ
ବଢିଯାଏ ଶର୍କରା..ଗଢାହୋଇପାରେନା ଇନ୍ ସୁଲିନ୍
ବନ୍ଦ ହୁଏ ତା ରୁଦ୍ଧ ଦ୍ୱାର
ବନ୍ଦୀଶାଳେ ନିର୍ମମ ପ୍ରହାର ପ୍ରାୟ
ଶରୀରକୁ କରେ ଅଥୟ ଡହଳବିକଳ॥
ହେ କାଳଝଡ ମଧୁମେହ
ଶରୀରରେ କର ଯେବେ ମାରାଥାନ୍ ଦୌଡ
ବ୍ଲଡ୍ ସୁଗାରର ମାତ୍ରା ଆକାଶ ଛୁଏଁ
ରକ୍ତଚାପ,ହୃଦଘାତ ଆଦି ରକ୍ତମୂଖା ତୁମ ସାଥିମାନେ
ଆସି କରନ୍ତି ତାଣ୍ଡବ
ପରିପାକ ଅଙ୍ଗ.. ବୃକକ ଆଦି ଅକର୍ମଣ୍ୟ ହୋଇ କାନ୍ଦନ୍ତି
ବିକୃତ ପ୍ରାୟ ଆଖି ଓ ମାଂସପେଶୀକୁ କରନ୍ତି କ୍ଷତବିକ୍ଷତ॥
ହେ କୁଖ୍ୟାତ ମଧୁମେହ
ତୁମପରି ଦାନବଠୁ ବର୍ତ୍ତିବାକୁ
ଭୟ ଆଶଙ୍କାରେ କିଏ ଭଗବାନଙ୍କୁ ଡାକେ ପ୍ରତିକ୍ଷଣ ତ
କିଏ କରେ ବ୍ୟାୟାମ୍ ପ୍ରାଣାୟମ
ଯୋଗ ଓ ଯୋଗାସନ
ଶ୍ୱେତସାର ବାରଣ..ଚର୍ବି ପୁଷ୍ଟିସାର ନିୟନ୍ତ୍ରଣ
ତୁମେ ଧାଇଁ ଆସ ଯେବେ ତୁମ ଜୟନ୍ତୀରେ
ସତର୍କ କରାଇ କୁହ..
ହେ...ମାନବ
ବଞ୍ଚିବାକୁ ଯଦି ଅଛି ଆଶା..
ତ୍ୟାଗକର ଅନିୟମିତ ଦିନଚର୍ଯ୍ୟା
ବିଶୃଙ୍ଖଳିତ ଖାଦ୍ୟଗ୍ରହଣ
କର ସୁଷମ ଭକ୍ଷଣ.. ଆଦର ଦେବ ଭୋଜନ
ଅଚିରେ କାଟିବ ଶାନ୍ତିମୟ ସୁସ୍ଥ ନୀରୋଗ ଜୀବନ॥
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର