ମା' ଶୁଭଲକ୍ଷ୍ମୀ - ସସ୍ମିତା ସାହୁ

ମା' ଶୁଭଲକ୍ଷ୍ମୀ - ସସ୍ମିତା ସାହୁ


ଜୟ ଜୟ ଜୟ ମା' ଲକ୍ଷ୍ମୀ ସାଆନ୍ତାଣୀ ,
ସାଗର ମନ୍ଥନୁ ଜାତ ସିନ୍ଧୁର ଦୁଲଣୀ I୧ I
ପଦ୍ମ ଫୁଲେ ଶ୍ରଦ୍ଧା ଯେଣୁ ନାମ ପଦ୍ମାଳୟା ,
କଲ୍ୟାଣମୟୀ ଗୋ ତୁହି ମା' ହରିପ୍ରିୟା I୨ I
ଶୁକ୍ଳ ବସ୍ତ୍ର ପ୍ରିୟ ତୋର ମା' ଅନ୍ନପୂର୍ଣ୍ଣା ,
ବିଷ୍ଣୁଙ୍କ ଘରଣୀ ତୁହି ନାମ ହରିପ୍ରିୟା I୩ I
ତୋ ବିନା ଜଗତରେ ନ ମିଳଇ ଦାନା ,
ନ ମିଳଇ ଚାଳ ପୁଣି ନ ମିଳଇ କନା I୪ I
ଦରିଦ୍ରତା ଦୂର କରୁ ଦାରିଦ୍ୟଭଞ୍ଜନୀ ,
ତୋତେ ଯିଏ ଭକ୍ତି କରେ ତା ପାଇଁ ତୋ କାନି I୫ I
ତୋତେ ଯିଏ ଭାବ ଭକ୍ତି ଦିଏ ସଦାଚାରେ,
ତୁ ସଦା ରହି ଥାଉ ତାହାରି ପାଖରେ I୬ I
ଗୁରୁବାର ଶ୍ରେଷ୍ଠ ବାର ତୋ ପାଇଁ ଜାଣ,
ଦଶମୀ ଗୁରୁବାରଟି ଅଟଇ ପ୍ରଧାନ I୭I
ମାଣବସା ଗୁରୁବାର ପ୍ରିୟ ଅଟେ ତୋର ,
ସେ ମାସେ ତୁ ବୁଲୁଥାଉ ଗ୍ରାମ ଘର ଘର I୮ I
ପାଦ ଥିବା ଝୋଟି ଦେଖି ଖୁସି ହେଇ ଯାଉ,
ଝୋଟି ପଡିଥିବା ଘରେ ତୁ ବିଜେ ହେଉ I୯ I
ନିର୍ଧନକୁ ଧନ ଦେଉ ଘର ଗରିବକୁ ,
ଅପୁତ୍ରିକ ମା’ ହୁଏ ପୁଅ ଦେଉ ତାକୁ I୧୦I
ତୋ ଅଭିଶାପରୁ ମା' ଜଗତ ଠାକୁର,
ବାରବର୍ଷ ବୁଲି ଥିଲେ ଧରି ଭିକ୍ଷାଥାଳ I୧୧I
ଜାତି କି ଅଜାତି ମା' ତୁ ଦେଖୁ ନାହିଁ ,
ଭକ୍ତି ଶ୍ରଦ୍ଧା ଯେଉଁଠାରେ ସେ ଠାବକୁ ଯାଇ I୧୨I
ତୁ ଯହିଁ ରହୁ ଦୁଃଖ ଜମା ଆସେ ନାହିଁ ,
ଭକତର କଷ୍ଟ ସବୁ ଯାଏ ଦୂର ହୋଇ I୧୩ I
ତୋତେ ଯିଏ ଭକତିରେ ପୂଜା କରୁଥାଇ,
ତାର କେବେ କେଉଁଥିରେ ଉଣା ହୁଏ ନାହିଁ I୧୪ I
ଘର ପରିଷ୍କାର ପୁଣି ମନ ପରିଷ୍କାର ,
ତୋରି ପସନ୍ଦ ମା' ଶାନ୍ତି ପରିବାର I୧୫ I
ଧନଲକ୍ଷ୍ମୀ ତୁହି ମା' ତୁହି ଗୋପାଲକ୍ଷ୍ମୀ ,
ତୁହି ମା' ବନ୍ଦନୀୟା ତୁହି ଶୁଭଲକ୍ଷ୍ମୀ I୧୬ I
ତୋ ଆଶିଷ ଥାଉ ମା' ଜଗତ ଉପରେ ,
ସବୁ ପରିବାର ରହୁ ସୁଖ ଓ ଶାନ୍ତିରେ I୧୭ I

ସସ୍ମିତା ସାହୁ
ଜେଲ ରୋଡ, ନାଶିକ, ମହାରାଷ୍ଟ୍ର

0 Comments