Information

ଜୀବନର ଅନ୍ତଃସ୍ୱର - ନାରାୟଣ ଚନ୍ଦ୍ର ସେନାପତି


ଏପଟେ ଏନ୍ତୁଡିଶାଳାର ନିଆଁରୁ ଧ୍ୱନି ତ
ସେପଟେ ମଶାଣୀ ଜୁଇର ଆର୍ତ୍ତଚିତ୍କାର
ମଝିରେ ମଣିଷ
ଭଲମନ୍ଦର ମିଶ୍ରଣରେ ଗଢା ତା ଜୀବନ
କେଉଁଟି ଆଶାର ସୁଅ ତ
କେଉଁଠି ନିରାଶାର ଲୁହ
ଦୁଃଖର ବୁକୁରୁ ବହେ ଲୋତକର ଗାର
ଏ କ'ଣ ଜୀବନର ଅନ୍ତଃସ୍ୱର ?
ଏପଟେ ପୁଅ ଝିଅଙ୍କ ପ୍ରେମ ଜୁଆର ତ
ସେପଟେ କତରାଲଗା ବାପା ମା' ର ଦରଦୀ ସ୍ୱର
ମଝିରେ ମଣିଷ
ରାଗ ରୋଷାର ମିଳନରେ ସୂର୍ଯୋଦୟ
ମାନ ଅଭିମାନର ଉଦିଆ ଜହ୍ନ ଦେଖେ କେତେ ସପନ
ଜର୍ଜରିତ ମନରେ
 କୋହର ରୁଧିର
ଏ କ'ଣ ଜୀବନର ଅନ୍ତଃସ୍ୱର ?
ଏପଟେ ଭୋଗୀର ଚାକଚକ୍ୟ ଉନ୍ମାଦ ତ
ସେପଟେ ରୋଗୀ-ଦରିଦ୍ରର ଯନ୍ତ୍ରଣାର ସ୍ୱର
ମଝିରେ ମଣିଷ
ଚଲାଏ ଦୁଇକୂଳର ନାଆ
ବୁଡିବ କି ପାରିହେବ
ମନରେ ଅମାପ ଆଶା ଅସୀମ ବିଶ୍ୱାସ
ସ୍ମରେ ଜଣଙ୍କୁ
ବଢାଇ ସହାୟତାର ହାତ
ସେହି ଭଗବାନ
ଆଖିରୁ ଲୁହ ପୋଛି କୁହନ୍ତି
ହୁଅ ନା ଅଧୀର ..ମୁଁ ଅଛି ନା
ଏଇତ ଜୀବନର ଅନ୍ତଃସ୍ୱର ?
ଏପଟେ ଅଖଣ୍ଡ ଭାରତର ସ୍ୱର
ସେପଟେ ବିଭାଜିତ ପାକିସ୍ଥାନୀର ବିଦ୍ରୁପ
ମଝିରେ ମଣିଷ
କିଂ କର୍ତ୍ତବ୍ୟ ବିମୂଢ
ନାଁ ହେଉଛି ଦାନୀ ନା
ନା ଛାଡୁଛି ସ୍ୱାଭିମାନୀ
କେବଳ ଛାଡେ
ନୀରବତାର ଦୀର୍ଘଶ୍ୱାସ
ଧୀର ମନ୍ଥର
ଏଇ ତ ଜୀବନର ଅନ୍ତଃସ୍ୱର ।।।

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର

Post a Comment